କେତେ ପାଠ ପଢ଼ିଛନ୍ତି ସଲମାନ୍‌

ମୁମ୍ବାଇ: ୧୯୬୫ ଡିସେମ୍ବର ୨୭ ଅର୍ଥାତ୍‌ ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌। ଆଜି ହେଉଛି ସଲମାନଙ୍କ ଜନ୍ମଦିନ। ଏହି ସ୍ବତନ୍ତ୍ର ଦିବସ ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା…

ବରିଷ୍ଠ ଲେଖକ ସଲିମ ଖାନ୍‌ ଏବଂ ସଲମାଙ୍କ ବଡ଼ ପୁଅ ହେଉଛନ୍ତି ସଲମାନ। ତାଙ୍କର ପୂରା ନାମ ଅବଦୁଲ ରଶିଦ ସଲିମ୍‌ ସଲମାନ ଖାନ। ଭାଇଜାନଙ୍କ ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ବେଳେବେଳେ ପ୍ରଶଂସକମାନଙ୍କ ମନରେ ପ୍ରଶ୍ନ ଉଠେ ଭାଇଜାନ କେତେ ପାଠ ପଢ଼ିଛନ୍ତି? ତେବେ ଆଜିର ଖାସ୍‌ ଦିନରେ ଏହି ଦ୍ୱନ୍ଦ୍ୱ ଦୂର କରନ୍ତୁ।

ସେ ତାଙ୍କର ପାରମ୍ପରିକ ଶିକ୍ଷା ସିନ୍ଧିଆ ସ୍କୁଲରେ ହିଁ ଶେଷ କରିଛନ୍ତି। ଏହା ପରେ ମୁମ୍ବାଇର ସେଣ୍ଟ୍‌ ଷ୍ଟେନିସ୍ଲସରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ସେଣ୍ଟ ଜାଭିୟର୍ସ କଲେଜରେ ଆଡମିଶନ କରିଥିଲେ। ମାତ୍ର ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲେ। ଏହାପରଠାରୁ ସେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୮ରେ ସଲମାନ ବଲିଉଡ୍‌ ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରଠାରୁ ଭାଇଜାନ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇଛନ୍ତି। ୫୬ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି ଭାଇଜାନ।

Share