ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ଅଧିକାରୀ, କିରାଣି

ସୁନ୍ଦରଗଡ଼,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ସହକାରୀ କିରାଣି ବିରଞ୍ଚି ଖିଲେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉକ୍ତ ବ୍ଲକ ଅନ୍ତର୍ଗତ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଳର ପ୍ରଧାନ ଶିକ୍ଷକ ନାରାୟଣ ବାଗଙ୍କଠାରୁ ସ୍କୁଲ ଉନ୍ନୟନ କାର୍ଯ୍ୟର ବକେୟା ବିଲ ମଞ୍ଜୁର ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏଥିରେ ଅରାଜି ହେବାରୁ ନାରାୟଣ ଙ୍କୁ ଅନ୍ୟତ୍ର ବଦଳି ଭୟ ଦେଖାଉଥିଲେ। ପରେ ପ୍ରଧାନ ଶିକ୍ଷକ ୩୫ ହଜାର ଟଙ୍କା ଦେବାକୁ ରାଜି ହୋଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଏହି ଟଙ୍କା କିରାଣି ଖିଲେଇଙ୍କ ଜରିଆରେ ଦେବାକୁ କହିଥିଲୋ ଯୋଜନା ମୁତାବକ ସମ୍ପୃକ୍ତ କିରାଣି ଏହି ଟଙ୍କା ଡୁରୁବଗି ଛକ ନିକଟରୁ ପ୍ରଧାନଶିକ୍ଷକଙ୍କଠାରୁ
ନେଉଥିବା ବେଳେ ଛପିରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ କାବୁ କରି ଏହି ଟଙ୍କା ଜବତ କରିଥିଲେ। ରାଉରକେଲା ଭିଜିଲାନ୍ସ ଏସ୍‌ପି ସୁବାସ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେଏହି ଚଢ଼ାଉ ହୋଇଛି।