ଡିଏମ୍‌ଏଫ୍‌ରେ ଶିକ୍ଷା, ସ୍ବାସ୍ଥ୍ୟକୁ ଅଣଦେଖା

ଯାଜପୁର,୨୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଗଠିତ ହୋଇଛି। ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭ କୁ ୨୦୧୫ ମସିହାରେ ସଂଶୋଧନ କରାଯାଇଛି ା ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ୍‌ ରହିଛି ା ହେଲେ ଏହି ଆଇନ ଯାଜପୁର ଜିଲାରେ ଦିଗହରା ହୋଇ ପଡିଛି ା ଡିଏମ୍‌ଏଫ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଥିଲେ ହେଁ ଠିକାଦାରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ, ଜଳସେଚନ, ନିର୍ମାଣ ଆଦି ବିଭାଗକୁ ଅଧିକ ଅନୁଦାନ ଦିଆଯାଉଛି। ଗତ ୨୯ା୭ା୨୦୨୧ରେ ହୋଇଥିବା ପାଣ୍ଠି ବିନିଯୋଗ ରିପୋର୍ଟକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଫଳରେ ଆଜି ବି ନଗଡ଼ା ସମେତ ଏହାର ଡାହାଣ ଓ ବାମପାର୍ଶ୍ୱ ଅଞ୍ଚଳ ଏବଂ ଖଣି ଖାଦାନ ଭରା କାଳିଆପାଣି ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସେତେଟା ବିକାଶ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ ା ଆଜି ବି ଲୋକେ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବିନା ସରକାରୀ ଯୋଜନାରେ ବଞ୍ଚି ରହୁଛନ୍ତି ା ସ୍ବାଧୀନତା ପୂର୍ବରୁ ସୁକିନ୍ଦା ଅଞ୍ଚଳରେ ଖଣି ଉତ୍ତୋଳନ ଆରମ୍ଭ ହୋଇଥିଲା ା ପ୍ରାକୃତିକ ସମ୍ପଦକୁ ଲୁଟ କରି ଶିଳ୍ପପତିମାନେ ମାଲାମାଳ ହୋଇଥିବାବେଳେ ଆଜି ବି ନଗଡ଼ା ଓ ଏହାର ଆଖପାଖ ଗ୍ରାମଗୁଡିକୁ ବିକାଶର ଆଲୁଅ ପହଞ୍ଚି ପାରିନାହିଁା ପ୍ରତ୍ୟେକ ଖଣି ପ୍ରଭାବିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଡିଏମ୍‌ଏଫ୍‌ ଗଠିତ ହୋଇଛି। ଏହିକ୍ରମରେ ୨୦୨୧ ଜୁଲାଇ ସୁଦ୍ଧା ଡିଏମ୍‌ଏଫ୍‌ ପାଣ୍ଠିରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୯୪ କୋଟି ୧୭ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ୨ ବର୍ଷ ମଧ୍ୟରେ ଆହୁରି ଅଧିକ ବିନିଯୋଗ ହୋଇଥିବ। ହେଲେ କାଳିଆପାଣି ଖଣି ଅଞ୍ଚଳବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ତାଙ୍କ ଜମିକୁ ଏଯାଏ ମାଡ଼ି ନାହିଁ ବୋଲି ଅଭିଯୋଗ ହେଉଛି। ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୭ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କୌଣସି ଜମିରେ ଦୁଇଫସଲି ଚାଷ ଏଯାଏ ହୋଇ ପାରିନାହିଁ। ପୂର୍ତ୍ତ ବିଭାଗକୁ ସର୍ବାଧିକ ୨୩୭ କୋଟି ୩୨ ଲକ୍ଷ ୧୨ ହଜାର ଟଙ୍କା ସମେତ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ ୩୯ କୋଟି ୩ ଲକ୍ଷ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ୪୩ କୋଟି ୧୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାବାଦ୍‌ ଅନ୍ୟାନ୍ୟ ବିଭାଗ ସମେତ ସମୁଦାୟ ୭୨୪ କୋଟି ୨୬ ଲକ୍ଷ ଟଙ୍କା କେବଳ ଡିଏମ୍‌ଏଫ୍‌ରୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଜିଲା ସମଗ୍ର ଅଭିଯାନକୁ ୩୦ କୋଟି ୧୫ ଲକ୍ଷ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ୩ କୋଟି ୬୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହାବାଦ୍‌ ସ୍ବାସ୍ଥ୍ୟ କ୍ଷେତ୍ରରେ ସିଡିଏମ୍‌ଓଙ୍କୁ ୬୪ କୋଟି ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଏଯାଏ କାଳିଆପାଣି ଖଣି ଅଞ୍ଚଳରେ ଏକ ଯୁକ୍ତଦୁଇ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ। କୁହିକାରେ ଯୁକ୍ତଦୁଇ କଲେଜ ନିର୍ମାଣାଧୀନ ରହିଛି। ସେହିପରି କାଳିଆପାଣି ଅଞ୍ଚଳରେ ନିକଟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଖଣି କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧି ଯାହା ଚାହିଁଛନ୍ତି ତାହା ହିଁ ହୋଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri