‘ଶିକ୍ଷା ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ’

ଭୁବନେଶ୍ୱର,୨୪।୧୧: ଫିକି ଓ ଆଦିତ୍ୟ ବିର୍ଲା ସିଏସ୍‌ଆର୍‌ (ସେଣ୍ଟର ଫର ଏକ୍ସିଲେନ୍ସ)ର ମିଳିତ ଆନୁକୂଲ୍ୟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ଦ୍ୱାରା ବୁଧବାର ଆଇଡିଏଟର ୧୧ତମ ଅଧିବେଶନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜାତୀୟସ୍ତରର କର୍ମଶାଳା ‘ପାରାଡେଜିମ୍‌ ସିଫ୍ଟ ଇନ୍‌ ଏଜୁକେଶନ୍‌ ଲ୍ୟାଣ୍ଡସ୍କୋପ-ବ୍ଲେଣ୍ଡେଡ୍‌ ପେଡାଗୋଜୀ’ ଶୀର୍ଷିକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି କୋଭିଡ ମହାମାରୀ ପରେ ନ୍ୟାଶନାଲ୍‌ ଏଜୁକେଶନ୍‌ ପଲିସି (ଏନଇପି) ଏବଂ ଶିକ୍ଷାରେ ପ୍ରାଦ୍ୟୋଗିକ ସଞ୍ଚାରର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା।

ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା ଉଦଘାଟନୀ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ। ସେହିଭଳି ପ୍ରଥମ ଏଜୁକେଶନ୍‌ ଫାଉଣ୍ଡେଶନ୍‌ର ସିଇଓ ଡ. ରୁକ୍ମିଣୀ ବାନାର୍ଜୀ ବର୍ତ୍ତମାନର ଶିକ୍ଷା ଓ ନୂତନ ଶିକ୍ଷା ନିୟମ ବିଷୟରେ ବିସ୍ତୃତ ଭାବେ ଭର୍ଚୁଆଲ୍‌ ଜରିଆରେ ଉପସ୍ଥାପନ କରିଥିଲେ। ଅପରପକ୍ଷରେ ଆଇଡିଏଟ୍‌-୨୦୨୨ରେ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇ ଡ. ୱାଇ ସୁରେଶ ରେଡ୍ଡୀ, ଡ.ନୀଳିମା ଚୋପ୍ରା, ମଧୁକର ବନୁରୀ ଏବଂ ପ୍ରଫେସର୍‌ ହୃଷୀକେଶ ସେନାପତି ପ୍ରମୁଖ କର୍ମଶାଳାର ଶୀର୍ଷକ ସମ୍ପର୍କରେ ଆଲୋକପାତ କରିଥିଲେ।

ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା କହିଛନ୍ତି, ଶିକ୍ଷା ଏକ ପ୍ରଗତିଶୀଳ ସମାଜର ବିକାଶ ଏବଂ ରାଷ୍ଟ୍ରର ସୃଜନାତ୍ମକ ପରିବର୍ତ୍ତନ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଏନ୍‌ଇପି-୨୦୨୦ ଆମର ଶିକ୍ଷା ପ୍ରଣାଳୀରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନର ପ୍ରଚାର କରିଥାଏ। ସେହିଭଳି ଏହା କେବଳ ସ୍କୋର କାର୍ଡର ଫଳାଫଳକୁ ଅଧିକ ଗୁରୁତ୍ୱ ଦେଇ ନ ଥାଏ ବରଂ ପିଲାମାନଙ୍କୁ ନିଜର ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ। ସମାଜମୁଖୀ କ୍ଷମତା ପ୍ରାପ୍ତ କରିବାରେ ଏହା ସକ୍ଷମ କରାଇଥାଏ। ଫିକିର ବରିଷ୍ଠ ନିର୍ଦ୍ଦେଶକ ତଥା ସିଏସଆର ମୁଖ୍ୟ (ଡାଇଭର୍ସିଟି ଆଣ୍ଡ ଇନକ୍ୟୁଜନ) ଉମା ସେଠ ଧନ୍ୟବାଦ୍‌ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri