ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌ ଆୟକାରୀ ନୁହନ୍ତି, ଉଚ୍ଚ ଆୟକାରୀ ଦେଶ ମଧ୍ୟ ଶିକ୍ଷା ବାବଦ ଖର୍ଚ୍ଚ କମାଇଥିବା ଜଣାପଡ଼ିଛି। ସେମାନଙ୍କ ସଂଖ୍ୟା ୩୩ ପ୍ରତିଶତ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ୟୁନେସ୍କୋର ଗ୍ଲୋବାଲ ଏଜୁକେଶନ ମନିଟରିଂ (ଜିଇଏମ୍‌) ରିପୋର୍ଟ ଅନୁଯାୟୀ ଅଧିକାଂଶ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ଖର୍ଚ୍ଚ କମାଇଛନ୍ତି। ମହାମାରୀର ସ୍ବଳ୍ପମିଆଦୀ ପ୍ରଭାବ ଶିକ୍ଷା ବଜେଟ ଉପରେ ପଡ଼ିଛି। ବିଭିନ୍ନ ଅଞ୍ଚଳର ୨୯ଟି ଦେଶରୁ ସଂଗୃହୀତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉକ୍ତ ତଥ୍ୟକୁ ବିଶ୍ୱବ୍ୟାଙ୍କ ଟିମ୍‌ ଯାଞ୍ଚ କରିଥିଲା।
ନିମ୍ନ ଆୟକାରୀ ଦେଶ ମଧ୍ୟରେ ଆଫଗାନିସ୍ତାନ, ଇଥିଓପିଆ ଏବଂ ଉଗାଣ୍ଡା, ନିମ୍ନ-ମଧ୍ୟମ ଆୟକାରୀ ଦେଶ ମଧ୍ୟରେ ବାଂଲାଦେଶ, ଇଜିପ୍ଟ, ଭାରତ, କେନିଆ, କିର୍‌ଗିଜ୍‌ ରିପବ୍ଲିକ, ମରକ୍କୋ, ମ୍ୟାନ୍‌ମାର, ନେପାଳ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ, ତାଞ୍ଜାନିଆ, ୟୁକ୍ରେନ୍‌, ଉଜ୍‌ବେକିସ୍ତାନରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହିପରି ୧୦ଟି ଉଚ୍ଚ-ମଧ୍ୟମ ଆୟକାରୀ ଦେଶ ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, ଜୋର୍ଡାନ, ଇଣ୍ଡୋନେସିଆ, କାଜାକସ୍ତାନ, ମେକ୍ସିକୋ, ପେରୁ, ରୁଷିଆ ଏବଂ ତୁର୍କୀ ଏବଂ ଉଚ୍ଚ ଆୟକାରୀ ଦେଶ ଚିଲି ଏବଂ ପାନାମାରୁ ନମୁନା ତଥ୍ୟ ନିଆଯାଇଥିଲା। ଭାରତ ସମେତ ଆର୍ଜେଣ୍ଟିନା, ବ୍ରାଜିଲ, ଇଜିପ୍ଟ, ମ୍ୟାନମାର, ନାଇଜେରିଆ, ପାକିସ୍ତାନ ଏବଂ ରୁଷିଆ ବଜେଟରେ ଶିକ୍ଷା ପାଇଁ ୧୦ ପ୍ରତିଶତରୁ କମ୍‌ ବ୍ୟୟବରାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri