Posted inଫୁରସତ

ଇ-ସିଗାରେଟ୍‌ କବଳରେ ଶିକ୍ଷିତ ଯୁବପିଢ଼ି

ମୁମ୍ବାଇ: ଇ-ସିଗାରେଟ୍‌କୁ ୨୦୧୯ରୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ଦେଶର ଶିକ୍ଷିତ ଯୁବପିଢ଼ି ଇ-ସିଗାରେଟ୍‌ର ବହୁଳ ବ୍ୟବହାର କରିବାରେ ଲାଗିଥିବା ‘ଦ ଜର୍ଜ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଗ୍ଲୋବାଲ ହେଲ୍‌ଥ’ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍‌ଲାଇନ୍‌ରେ ଇ-ସିଗାରେଟ୍‌ ସହଜରେ ଉପଲବ୍ଧ ହେଉଥିବାବେଳେ ବ୍ୟାନ୍‌ ସତ୍ତ୍ୱେ ବହୁ ଦୋକାନୀ ଏହାକୁ ନିଜ ପାଖରେ ମହଜୁଦ ରଖୁଛନ୍ତି। ସାଧାରଣ ସିଗାରେଟରେ ବ୍ୟବହାର ହେଉଥିବା ତମାଖୁ ଇ-ସିଗାରେଟ୍‌ରେ ମଧ୍ୟ ରହିଥାଏ। ଯେଉଁମାନେ ସିଗାରେଟ ଟାଣିବାକୁ ପସନ୍ଦ କରନ୍ତି, ସେମାନଙ୍କ ପକ୍ଷରେ ଇ-ସିଗାରେଟ୍‌କୁ ବ୍ୟବହାର କରିବା ସହଜ ବୋଲି ଜଣାଯାଉଛି।
ପାରେଲସ୍ଥିତ ଟାଟା ମେମୋରିଆଲ୍‌ ହସ୍ପିଟାଲର କ୍ୟାନ୍‌ସର ସର୍ଜନ ଡା. ପଙ୍କଜ ଚତୁର୍ବେଦୀଙ୍କ ମତରେ, ସିଗାରେଟ୍‌ରେ ଥିବା ନିକୋଟିନ୍‌ ମନୁଷ୍ୟ ଶରୀର ପକ୍ଷେ କ୍ଷତିକାରକ। ସିଗାରେଟ୍‌ ଟାଣିବାରେ ଅଭ୍ୟସ୍ତ ବ୍ୟକ୍ତିମାନଙ୍କୁ ଏହା ବୁଝିବା ନିହାତି ଆବଶ୍ୟକ। ସେମାନେ ଜାଣିଶୁଣି ନିଜ ଜୀବନକୁ ବିପଦମୁଖକୁ ଠେଲି ଦେଉଛନ୍ତି। ଇ-ସିଗାରେଟ୍‌କୁ ନିଷିଦ୍ଧ ଘୋଷଣା କରିବା ପରେ ଏହାର ଚୋରାବିକ୍ରି ରୋକିବା ରାଜ୍ୟ ସରକାରଙ୍କ ଦାୟିତ୍ୱ।
ଜର୍ନାଲ ଅଫ୍‌ ପ୍ରିଭେଣ୍ଟିଭ୍‌ ମେଡିସିନ୍‌ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ ରିପୋର୍ଟ ଅନୁସାରେ, ୮୪୦ ଶିକ୍ଷିତ ଯୁବପିଢ଼ିଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୩% ଯୁବପିଢ଼ି ଇ-ସିଗାରେଟ୍‌ ବ୍ୟବହାର କରୁଥିବାବେଳେ ୮% ନିୟମିତ ରୂପରେ ଏହାକୁ ୟୁଜ୍‌ କରୁଛନ୍ତି। ମନୁଷ୍ୟ ଶରୀର ପାଇଁ ଇ-ସିଗାରେଟ୍‌ ନାକାରତ୍ମକ ପ୍ରଭାବ ପକାଉଥିବାବେଳେ ବିଷାକ୍ତ କେମିକାଲ ଏଥିରେ ରହିଛି। ଇ-ସିଗାରେଟ୍‌ର ବହୁଳ ବ୍ୟବହାରକୁ ରୋକା ନ ଗଲେ ଯୁବପିଢ଼ିଙ୍କ ଲାଗି ଏହା ଆଗାମୀ ଦିନରେ ମାରାତ୍ମକ ସାବ୍ୟସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ...

ଏହି କାଫେରେ ମିଳୁଛି ୧୨ଟି ଦେଶର ୧୫୦ ପ୍ରକାର ଚା, ଇସାରାରେ ହୁଏ ଅର୍ଡର

ଝାଡ଼ଖଣ୍ଡର ଜାମସେଦପୁରରେ ଏମିତି ଏକ କାଫେ ଖୋଲାଯାଇଛି, ଯେଉଁଠି ୧୨ଟି ଦେଶର ଚା’ ମିଳୁଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା...

ଭାଇରାଲ ଭିଡିଓ: ଚାହିଁବସିଥିଲା ମୃତ୍ୟୁ, କେବଳ ସାମାନ୍ୟ ଚତୁରତା ବଞ୍ଚାଇଲା ଜୀବନ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବାର୍ଷିକ ୪୨ ଲକ୍ଷ ଟଙ୍କା ଦରମାରେ ଘରେ ରହି କାମ କରିବାର ସୁଯୋଗ ପାଇଲେ ଏହି ଯୁବତୀ

ସିମଲା, ୨୦।୮: ହିମାଚଳ ପ୍ରଦେଶର ଜଣେ ଯୁବତୀ ଆମେରିକୀୟ ସଫ୍ଟଓ୍ବେରା କମ୍ପାନୀ ଏଡୋବରେ ଚାକିରି ପାଇଛନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ବାର୍ଷିକ ସାଢ଼େ ୪୨ ଲକ୍ଷ...

ରାତିରେ କୁକୁର ଭୁକିବା ଶୁଭ ନା ଅଶୁଭ

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ...

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା

ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ...

Advertisement
Archives

Model This Week