ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କିନ୍ତୁ କୌତୂହଳର ବିଷୟ ଯେ ଭୋଟରମାନେ ନିଜକୁ ନିରକ୍ଷର ଭାବେ ପ୍ରମାଣ ଦେଉଛନ୍ତି। ସମୟର ଆଳ ଦେଖାଇ ଶିକ୍ଷତି ବ୍ୟକ୍ତିଙ୍କଠାରୁ ଭୋଟଗ୍ରହଣ କେନ୍ଦ୍ରରେ ବାଲଟ ପେପର ଉପରେ ଟିପଚିହ୍ନ ନିଆଯାଉଛି। ଏଭଳି ବିଚିତ୍ର ଘଟଣା ରାଜ୍ୟର ବିଭିନ୍ନ ଜିଲାରେ ଦେଖିବାକୁ ମିଳୁଛି। କଟକ ଜିଲାର କଟକ ସଦର, ବାଲେଶ୍ୱର, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲାର କେତେକ ମତଦାନ କେନ୍ଦ୍ରରେ ଶିକ୍ଷିତ ବ୍ୟକ୍ତିଙ୍କଠାରୁ ଟିପଚିହ୍ନ ନିଆଯାଉଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର କେତେକ ଭୋଟର ଏନେଇ ନିର୍ବାଚନ କମିଶନ, ଜିଲାପାଳ ଓ ବ୍ଲକ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। କରୋନା ସମୟରେ ଗାଇଡ୍‌ଲାଇନକୁ ଉପେକ୍ଷା କରି ପୋଲିଂ ଅଧିକାରୀମାନେ ଭୋଟରଙ୍କ ଆଙ୍ଗୁଠିି ଧରି ୪ଟି ବାଲଟ ପେପରରେ ଟିପଚିହ୍ନ ନେଉଛନ୍ତି ା ଏ ନେଇ ବହୁ ସ୍ଥାନରେ ପ୍ରତିବାଦ କରାଯାଉଥିଲେ ମଧ୍ୟ ସେଥିପ୍ରତି ପୋଲିଂ କିମ୍ବା ପ୍ରିଜାଇଡିଂ ଅଫିସର ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ନାଚିନ୍ଦା ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଅରୁଣ କୁମାର ଚନ୍ଦ ଟିପଚିହ୍ନ ଦେବାକୁ ରାଜି ନ ଥିଲେ ମଧ୍ୟ ଜୋରଜବରଦସ୍ତି ତାଙ୍କ ଟିପଚିହ୍ନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ଟୁଇଟ କରି ବାଲେଶ୍ୱର ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି ା କେବଳ ସେ ନୁହନ୍ତି, ନଛିମପୁର ପଞ୍ଚାୟତ ୮ନଂ. ୱାର୍ଡର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର, ଅର୍ଜୁନୀ ଗ୍ରାମ ୫ନଂ. ବୁଥ୍‌ରେ ନରୋତ୍ତମ ପ୍ରଧାନ, କାଶିଡିହା ବୁଥ୍‌ରେ ହରିଶଙ୍କର ରାଜ, ସୁଲତାନପୁର ବୁଥ୍‌ରେ ହିମାଂଶୁ ଶେଖର ଜେନା ପ୍ରମୁଖ ଦସ୍ତଖତ ବଦଳରେ ବାଧ୍ୟହୋଇ ଟିପଚିହ୍ନ ଦେଇଥିବା କହିଛନ୍ତି। ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଭୋଟଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେଉଛି। ତେବେ ଭୋଟଗ୍ରହଣ କେନ୍ଦ୍ରକୁ ଆସୁଥିବା ମତଦାତମାନେ ବାଲଟ ପେପରରେ ଦସ୍ତଖତ କରିବା ବଦଳରେ ଟିପଚିହ୍ନ ଦେଉଛନ୍ତି। ପାଠୁଆ ଭୋଟରମାନେ ଯେ ସ୍ବଇଚ୍ଛାରେ ଟିପଚିହ୍ନ ଦେଉଛନ୍ତି ତାହା ନୁହେଁ, ୪ଟି ବାଲଟ ପେପରରେ ଦସ୍ତଖତ କଲେ ଅଧିକ ସମୟ ଲାଗିବା ଆଳ ଦେଖାଇ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ଲୋକଙ୍କୁ ଟିପଚିହ୍ନ ଦେବାକୁ ଏକପ୍ରକାର ବାଧ୍ୟ କରୁଛନ୍ତି।
ଯଦି କେହି ଟିପଚିହ୍ନ ଦେବାକୁ ମଙ୍ଗୁନାହିଁ ସେହି ବୁଥ୍‌ ଭିତରେ ବିଭିନ୍ନ ଦଳର ଏଜେଣ୍ଟ ସମୟ ନାହିଁ, ଟିପଚିହ୍ନ ଦେଇଦିଅ ବୋଲି କହୁଛନ୍ତି। ଏହା ପରେ ବି ଯଦି କୌଣସି ଶିକ୍ଷିତ ବ୍ୟକ୍ତି ଅଡି ବସୁଛନ୍ତି ତେବେ ତାଙ୍କୁ ବାଲଟ ପେପରରେ ଦସ୍ତଖତ କରିବାର ସୁଯୋଗ ମିଳୁଛି। ତେବେ ଏହି ସୁଯୋଗ ଅଧିକାଂଶ ମତଦାନ କେନ୍ଦ୍ରରେ ସମସ୍ତଙ୍କୁ ମିଳୁନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାତାମାନେ ଏକକାଳୀନ ଜିଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ଆଦି ୪ ଜଣ ପ୍ରାର୍ଥୀଙ୍କୁ ବାଲଟ ପେପରରେ ମୋହରମାରି ନିର୍ବାଚିତ କରୁଛନ୍ତି। ଏଥିପାଇଁ ୪ଟି ବିଭିନ୍ନ ରଙ୍ଗର ବାଲଟ ପେପର ରହିଛି। ପ୍ରତି ପେପରରେ ମତଦାତାଙ୍କ ପ୍ରମାଣ ବାଧ୍ୟତାମୂଳକ। ତେବେ ମତଦାନ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ପୂର୍ବରୁ ବାଲଟ ପେପରରେ ନିଜେ ଦସ୍ତଖତ କରୁଥିବା ବେଳେ ମତଦାତାଙ୍କଠାରୁ ଟିପଚିହ୍ନ ନେଉଛନ୍ତି।
ଚଳିତ ନିର୍ବାଚନରେ ଗାଁଗହଳିରେ ଶିକ୍ଷା ଓ ବୟସ ନିର୍ବିଶେଷରେ ଉଭୟ ଯୁବବର୍ଗ ଓ ବୟସ୍କମାନେ ଯେଭଳି ଟିପଚିହ୍ନ ଦେଉଛନ୍ତି ତାହାକୁ ଯଦି ସାକ୍ଷରତାର ମାନଦଣ୍ଡ ହିସାବରେ ଗଣାଯିବ ତେବେ ବହୁ ଗାଁର ଲୋକେ ଶତପ୍ରତିଶତ ନିରକ୍ଷର ବୋଲି ପ୍ରମାଣିତ ହୋଇଯିବ। ତେଣୁ ସମୟ ଅବଧି ବୃଦ୍ଧି ହେଉ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରି ସାକ୍ଷର ଲୋକଙ୍କଠାରୁ ଟିପଚିହ୍ନ ନେବା ବଦଳରେ ସେମାନଙ୍କୁ ଦସ୍ତଖତ କରିବାର ସୁଯୋଗ ଦେବା ପାଇଁ ଭୋଟର ମତଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?