ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। କିନ୍ତୁ କୌତୂହଳର ବିଷୟ ଯେ ଭୋଟରମାନେ ନିଜକୁ ନିରକ୍ଷର ଭାବେ ପ୍ରମାଣ ଦେଉଛନ୍ତି। ସମୟର ଆଳ ଦେଖାଇ ଶିକ୍ଷତି ବ୍ୟକ୍ତିଙ୍କଠାରୁ ଭୋଟଗ୍ରହଣ କେନ୍ଦ୍ରରେ ବାଲଟ ପେପର ଉପରେ ଟିପଚିହ୍ନ ନିଆଯାଉଛି। ଏଭଳି ବିଚିତ୍ର ଘଟଣା ରାଜ୍ୟର ବିଭିନ୍ନ ଜିଲାରେ ଦେଖିବାକୁ ମିଳୁଛି। କଟକ ଜିଲାର କଟକ ସଦର, ବାଲେଶ୍ୱର, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲାର କେତେକ ମତଦାନ କେନ୍ଦ୍ରରେ ଶିକ୍ଷିତ ବ୍ୟକ୍ତିଙ୍କଠାରୁ ଟିପଚିହ୍ନ ନିଆଯାଉଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର କେତେକ ଭୋଟର ଏନେଇ ନିର୍ବାଚନ କମିଶନ, ଜିଲାପାଳ ଓ ବ୍ଲକ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। କରୋନା ସମୟରେ ଗାଇଡ୍‌ଲାଇନକୁ ଉପେକ୍ଷା କରି ପୋଲିଂ ଅଧିକାରୀମାନେ ଭୋଟରଙ୍କ ଆଙ୍ଗୁଠିି ଧରି ୪ଟି ବାଲଟ ପେପରରେ ଟିପଚିହ୍ନ ନେଉଛନ୍ତି ା ଏ ନେଇ ବହୁ ସ୍ଥାନରେ ପ୍ରତିବାଦ କରାଯାଉଥିଲେ ମଧ୍ୟ ସେଥିପ୍ରତି ପୋଲିଂ କିମ୍ବା ପ୍ରିଜାଇଡିଂ ଅଫିସର ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ନାଚିନ୍ଦା ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଅରୁଣ କୁମାର ଚନ୍ଦ ଟିପଚିହ୍ନ ଦେବାକୁ ରାଜି ନ ଥିଲେ ମଧ୍ୟ ଜୋରଜବରଦସ୍ତି ତାଙ୍କ ଟିପଚିହ୍ନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ଟୁଇଟ କରି ବାଲେଶ୍ୱର ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି ା କେବଳ ସେ ନୁହନ୍ତି, ନଛିମପୁର ପଞ୍ଚାୟତ ୮ନଂ. ୱାର୍ଡର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର, ଅର୍ଜୁନୀ ଗ୍ରାମ ୫ନଂ. ବୁଥ୍‌ରେ ନରୋତ୍ତମ ପ୍ରଧାନ, କାଶିଡିହା ବୁଥ୍‌ରେ ହରିଶଙ୍କର ରାଜ, ସୁଲତାନପୁର ବୁଥ୍‌ରେ ହିମାଂଶୁ ଶେଖର ଜେନା ପ୍ରମୁଖ ଦସ୍ତଖତ ବଦଳରେ ବାଧ୍ୟହୋଇ ଟିପଚିହ୍ନ ଦେଇଥିବା କହିଛନ୍ତି। ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଭୋଟଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେଉଛି। ତେବେ ଭୋଟଗ୍ରହଣ କେନ୍ଦ୍ରକୁ ଆସୁଥିବା ମତଦାତମାନେ ବାଲଟ ପେପରରେ ଦସ୍ତଖତ କରିବା ବଦଳରେ ଟିପଚିହ୍ନ ଦେଉଛନ୍ତି। ପାଠୁଆ ଭୋଟରମାନେ ଯେ ସ୍ବଇଚ୍ଛାରେ ଟିପଚିହ୍ନ ଦେଉଛନ୍ତି ତାହା ନୁହେଁ, ୪ଟି ବାଲଟ ପେପରରେ ଦସ୍ତଖତ କଲେ ଅଧିକ ସମୟ ଲାଗିବା ଆଳ ଦେଖାଇ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ଲୋକଙ୍କୁ ଟିପଚିହ୍ନ ଦେବାକୁ ଏକପ୍ରକାର ବାଧ୍ୟ କରୁଛନ୍ତି।
ଯଦି କେହି ଟିପଚିହ୍ନ ଦେବାକୁ ମଙ୍ଗୁନାହିଁ ସେହି ବୁଥ୍‌ ଭିତରେ ବିଭିନ୍ନ ଦଳର ଏଜେଣ୍ଟ ସମୟ ନାହିଁ, ଟିପଚିହ୍ନ ଦେଇଦିଅ ବୋଲି କହୁଛନ୍ତି। ଏହା ପରେ ବି ଯଦି କୌଣସି ଶିକ୍ଷିତ ବ୍ୟକ୍ତି ଅଡି ବସୁଛନ୍ତି ତେବେ ତାଙ୍କୁ ବାଲଟ ପେପରରେ ଦସ୍ତଖତ କରିବାର ସୁଯୋଗ ମିଳୁଛି। ତେବେ ଏହି ସୁଯୋଗ ଅଧିକାଂଶ ମତଦାନ କେନ୍ଦ୍ରରେ ସମସ୍ତଙ୍କୁ ମିଳୁନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାତାମାନେ ଏକକାଳୀନ ଜିଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ଆଦି ୪ ଜଣ ପ୍ରାର୍ଥୀଙ୍କୁ ବାଲଟ ପେପରରେ ମୋହରମାରି ନିର୍ବାଚିତ କରୁଛନ୍ତି। ଏଥିପାଇଁ ୪ଟି ବିଭିନ୍ନ ରଙ୍ଗର ବାଲଟ ପେପର ରହିଛି। ପ୍ରତି ପେପରରେ ମତଦାତାଙ୍କ ପ୍ରମାଣ ବାଧ୍ୟତାମୂଳକ। ତେବେ ମତଦାନ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ପୂର୍ବରୁ ବାଲଟ ପେପରରେ ନିଜେ ଦସ୍ତଖତ କରୁଥିବା ବେଳେ ମତଦାତାଙ୍କଠାରୁ ଟିପଚିହ୍ନ ନେଉଛନ୍ତି।
ଚଳିତ ନିର୍ବାଚନରେ ଗାଁଗହଳିରେ ଶିକ୍ଷା ଓ ବୟସ ନିର୍ବିଶେଷରେ ଉଭୟ ଯୁବବର୍ଗ ଓ ବୟସ୍କମାନେ ଯେଭଳି ଟିପଚିହ୍ନ ଦେଉଛନ୍ତି ତାହାକୁ ଯଦି ସାକ୍ଷରତାର ମାନଦଣ୍ଡ ହିସାବରେ ଗଣାଯିବ ତେବେ ବହୁ ଗାଁର ଲୋକେ ଶତପ୍ରତିଶତ ନିରକ୍ଷର ବୋଲି ପ୍ରମାଣିତ ହୋଇଯିବ। ତେଣୁ ସମୟ ଅବଧି ବୃଦ୍ଧି ହେଉ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରି ସାକ୍ଷର ଲୋକଙ୍କଠାରୁ ଟିପଚିହ୍ନ ନେବା ବଦଳରେ ସେମାନଙ୍କୁ ଦସ୍ତଖତ କରିବାର ସୁଯୋଗ ଦେବା ପାଇଁ ଭୋଟର ମତଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri