ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌ ମନଲୋଭା ହୋଇଥିବ। ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଥିବ ସଭାମଞ୍ଚ। ସମ୍ମିଳନୀ କକ୍ଷର ପରିବେଶକୁ ଶୀତଳ ରଖିବା ପାଇଁ ପ୍ରାୟ କୋଡ଼ିଏଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଚାଲିଥିବ। ଠିକ୍‌ ସମୟରେ ଅତିଥିମାନେ ସଭାମଞ୍ଚକୁ ଆସିବେ। ଆବହ ସଂଗୀତ ଗାନ ପରେ ସଂଯୋଜକ ଘୋଷଣା କରିବେ, କର୍ମଶାଳାକୁ ଉଦ୍‌ଘାଟନ କରିବା ପାଇଁ ମୁଁ ଅତିଥିମାନଙ୍କୁ ଅନୁରୋଧ ଜଣାଉଛି। ସଭାମଞ୍ଚର ଗୋଟିଏ ପାଖରେ ବୃହଦାକାର ଦୀପ ଷ୍ଟାଣ୍ଡ ରଖାଯାଇଥିବ। ଅତିଥିମାନେ ପ୍ରଦୀପ ନିକଟକୁ ଯାଇ ଦୀପ ପ୍ରଜ୍ୱଳନ କରି କର୍ମଶାଳାକୁ ଉଦ୍‌ଘାଟନ କରିବେ। ସୁରୁଖୁରୁରେ ସଭାକାର୍ଯ୍ୟ ଚାଲିବ। ପା୍ରୟ ଦୁଇ ଘଣ୍ଟା ଧରି ପରିବେଶ ସୁରକ୍ଷା ଉପରେ ଆଲୋଚନା ହେବ। ବକ୍ତାମାନେ ପରିବେଶ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବେ। ତଥାପି ଶେଷ ଯାଏ ଜଳୁଥିବ ପ୍ରଦୀପ। ସତେ ଯେମିତି ନିଜ ଜ୍ୟୋତି ଦ୍ୱାରା ସଭାଗୃହରେ ଜ୍ଞାନର ଆଲୋକ ବାଣ୍ଟି ଚାଲିଥିବ।

ଏହା ଏକ କାଳ୍ପନିକ ଘଟଣା ହୋଇପାରେ। କିନ୍ତୁ ଏମିତି ଦୃଷ୍ଟାନ୍ତର ଅଭାବ ନାହିଁ। ଆଜିକାଲି ଅନେକ ସ୍ଥାନରେ ଏହିଭଳି ଢଙ୍ଗରେ ସଭାକାର୍ଯ୍ୟ ଆରମ୍ଭ କରାଯାଉଛି। ଏସବୁ ସଭାରେ ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥାଆନ୍ତି। ବିଜ୍ଞାନକୁ ଭଲ ଭାବେ ବୁଝିଥିବା ଲୋକମାନେ ଥାଆନ୍ତି। କିନ୍ତୁ କେହି ହେଲେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହି କାର୍ଯ୍ୟର ପ୍ରତିବାଦ ବି କରନ୍ତି ନାହିଁ। ଶୀତତାପ ନିୟନ୍ତ୍ରତି ସଭାଗୃହ ମଧ୍ୟରେ ପ୍ରଦୀପ ପ୍ରଜ୍ୱଳନ କରିବା ଯେ କ୍ଷତିକାରକ, ଏକଥା କାହା ମନକୁ ଆସି ନ ଥାଏ।

କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପ୍ରଦୀପ ପ୍ରଜ୍ୱଳନ କରିବାରେ କିଛି ମନା ନାହିଁ। କିନ୍ତୁ ଆବଦ୍ଧ ସଭାଗୃହ ମଧ୍ୟରେ ଅନେକ ସଂଖ୍ୟାରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚାଲୁଥିବା ସତ୍ତ୍ୱେ ଦୀର୍ଘ ସମୟ ଧରି ଦୀପ ଜଳାଇବା ଆଦୌ ପ୍ରାସଙ୍ଗିକ ମନେହୁଏ ନାହିଁ। ଆମେ ଜାଣୁ, ଦୀପ ଜଳିବା ଦ୍ୱାରା ଗୋଟିଏ ସ୍ଥାନର ଉତ୍ତାପ ବୃଦ୍ଧି ପାଇଥାଏ। ଏହି ଉତ୍ତାପକୁ କମାଇବା ପାଇଁ ଏସି ବ୍ୟବହାର କରାଯାଏ। ଏସି ଚଳାଇବା ପାଇଁ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହୋଇଥାଏ। ଦୀପ ଦ୍ୱାରା ସୃଷ୍ଟି ହେଉଥିବା ଉତ୍ତାପ ହ୍ରାସ କରିବା ନିମନ୍ତେ ଏସି ଦ୍ୱାରା ଅଧିକ ପରିମାଣରେ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରାଯାଇଥାଏ। ଏହାଛଡ଼ା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚଳାଇବା ଦ୍ୱାରା କେତେକ କ୍ଷତିକାରକ ଗ୍ୟାସ୍‌ ନିର୍ଗତ ହୋଇଥାଏ। ସେସବୁ ମଧ୍ୟରେ ହାଇଡ୍ରୋଫ୍ଲୁରୋକାର୍ବନ, ହାଇଡ୍ରୋକ୍ଲୋରୋଫ୍ଲୁରୋକାର୍ବନ ଆଦି ପ୍ରମୁଖ।
ବେଶି ସମୟ ଧରି ଏସି ଚାଲିଲେ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ ବୃଦ୍ଧି ପାଇଥାଏ। ଏହା ପରିବେଶ ପାଇଁ ଆଦୌ ଅନୁକୂଳ ନୁହେଁ। ସେହିପରି ଦୀପ ଜଳାଇବା ପାଇଁ ଘିଅ ବା ତେଲ ଦରକାର ହୁଏ। ଏହାଦ୍ୱାରା କେତେକ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଘିଅ ଏବଂ ବାଦାମ ତେଲ ଦ୍ୱାରା ଜଳା ଯାଉଥିବା ଦୀପ ଉପରେ ହରିଦ୍ୱାରଠାରେ ରହିଥିବା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା କରାଯାଇଥିଲା। ଏହାର ଫଳାଫଳରୁ ଜଣାଯାଏ ଯେ ଦୀପ ଜଳିବା ଦ୍ୱାରା ଅଙ୍ଗାରକାମ୍ଳ, କାର୍ବନ ମନୋକ୍‌ସାଇଡ୍‌, ସଲଫର ଡାଇଅକ୍‌ସାଇଡ୍‌ ଆଦି ଗ୍ୟାସ୍‌ ନିର୍ଗତ ହୋଇଥାଏ।

ଦୀପ ଜଳାଇବା ଏକ ପବିତ୍ର ପରମ୍ପରା ବୋଲି ଆମର ବିଶ୍ୱାସ ରହିଛି। କେବଳ ଭାରତ ନୁହେଁ; ଚାଇନା୍‌, ନେପାଳ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲାଣ୍ଡ ଆଦି ଦେଶରେ ମଧ୍ୟ ପୂଜାର୍ଚ୍ଚନା କରିବାବେଳେ ଦୀପ ଜଳା ଯାଇଥାଏ। କେତେକଙ୍କର ଯୁକ୍ତି ହେଉଛି ଦୀପ ଜଳାଇବା ଦ୍ୱାରା କାର୍ଯ୍ୟରେ ଶୁଭ ଘଟିଥାଏ। ଏକଥା ଠିକ୍‌। କିନ୍ତୁ ଏହି ପରମ୍ପରା ଆରମ୍ଭ ହେବାବେଳେ ଆଜି ଭଳି ପରିସ୍ଥିତି ନ ଥିଲା। ସେତେବେଳେ ଆବଦ୍ଧ କୋଠରିରେ ସଭାକାର୍ଯ୍ୟ ହେଉ ନ ଥିଲା। ସଭାଗୃହ ମଧ୍ୟରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାରର ବ୍ୟବସ୍ଥା ହିଁ ନ ଥିଲା। ତେଣୁ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଏସବୁ ସମସ୍ୟା ଉପୁଜିବାର ଆଶଙ୍କା ନ ଥିଲା। ସମୟ ଅନୁସାରେ ଆମ ପରମ୍ପରାକୁ ବଦଳାଇବାକୁ ପଡ଼ିବ। ବଦଳି ଯାଉଥିବା ପାରିପାର୍ଶ୍ୱିକ ଅବସ୍ଥାରେ ପୁରାତନ ପରମ୍ପରାକୁ ଧରି ରଖିବା ସମୀଚୀନ ହେବ ନାହିଁ। ବେଳେବେଳେ ଏହା ପ୍ରାସଙ୍ଗିକ ମନେ ହୋଇ ନ ଥାଏ। ଚଟାଣକୁ ଗୋବରରେ ଲିପିବା ଦ୍ୱାରା ଏହା ପବିତ୍ର ହୋଇଥାଏ। କିନ୍ତୁ ଦାମୀ ଟାଇଲ ବିଛା ଯାଇଥିବା ଘରର ଚଟାଣକୁ ଗୋବରରେ ଲିପା ଯିବାକୁ କେହି ହୁଏତ ପସନ୍ଦ କରି ନ ପାରନ୍ତି। ତେଣୁ ପୁରାତନ ପରମ୍ପରା ବଜାୟ ରଖିବାବେଳେ ଆମକୁ ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବାକୁ ହେବ।

ସମୟକ୍ରମେ ବଦଳି ଯାଇଛି ଆମ ଜୀବନଯାପନ ପ୍ରଣାଳୀ। ସ୍ବଚ୍ଛନ୍ଦରେ ବଞ୍ଚିବା ପାଇଁ ଆମ ପାରିପାର୍ଶ୍ୱିକ ଅବସ୍ଥାରେ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତିତ ପରିସ୍ଥିତି ଯୋଗୁ ଆମ ପରମ୍ପରାରେ ପରିବର୍ତ୍ତନ ଘଟିବା ଆବଶ୍ୟକ। ଆବଦ୍ଧ ଗୃହରେ କରାଯାଉଥିବା କୌଣସି କାର୍ଯ୍ୟର ଶୁଭାରମ୍ଭ ପାଇଁ ଦୀପ ଜଳାଇବା ବଦଳରେ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଯାଇପାରେ। ମନ୍ତ୍ର ଉଚ୍ଚାରଣ, ଠାକୁରଙ୍କ ଫଟୋ ନିକଟରେ ପୁଷ୍ପ ଅର୍ପଣ, ବୃକ୍ଷ ଚାରାରେ ଜଳଦାନ, ଫିତା କଟାଯିବା, ସାମୂହିକ କରତାଳି ଅଥବା ଅତିଥିଙ୍କ ଦ୍ୱାରା ଘୋଷଣା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇପାରେ। ଏହାଛଡ଼ା ବେଲୁନ୍‌ ଉଡ଼ାଯାଇ ଅଥବା ସାଙ୍କେତିକ ଭାବେ ପୁଷ୍ପ ବୃଷ୍ଟି କରାଯାଇ କୌଣସି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇପାରିବ। ଅବଶ୍ୟ ଖୁସିର କଥା, କେତେକ ସ୍ଥାନରେ ଆୟୋଜକମାନେ ଏକଥା ହୃଦୟଙ୍ଗମ କଲେଣି। ସଭାକାର୍ଯ୍ୟ ଆରମ୍ଭ ପାଇଁ ପ୍ରଦୀପ ପ୍ରଜ୍ୱଳନ ବଦଳରେ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଗଲାଣି। ଆମ ପରିବେଶ ଏବଂ ଆମର ହିତ ଦୃଷ୍ଟିରୁ ଏ ଦିଗରେ ବ୍ୟାପକ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଶତାବ୍ଦୀ ନଗର, ଭୁବନେଶ୍ୱର
ମୋ: ୯୪୩୭୪୪୫୧୮୪


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri