ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ ହେବା ପାଇଁ ବିଭିନ୍ନ ଋଣ ପ୍ରଦାନ କରୁଛନ୍ତି। କିନ୍ତୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ଥିବା ସମବାୟ ସମିତିରେ ଚାଷୀମାରଣ ନୀତି ଚାଲିଥିବା ସହ ଏଠାରେ ଚାଷୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ କାର୍ଯ୍ୟରତ ସମ୍ପାଦକ ଜି.ଲୋକନାଥ ଆଚାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଚାଷୀ। ସେ ନିଜ ମନଇଛା ଭାବେ କାର୍ଯ୍ୟକରି ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସମିତିର ସମ୍ପାଦକ ଚାଷୀଙ୍କୁ ଗୁରୁତ୍ୱ ଦେଇ ଋଣ ପ୍ରଦାନ କରିବା ବଦଳରେ ଚଞ୍ଚକତା କରି ନିଜ ମା’, ଭାଇ, ଭଉଣୀ ଓ ପତ୍ନୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହାତେଇ ନେଇଥିବାର ଅଭିଯୋଗ ହୋଇଛି। ଏପରିକି ତାଙ୍କର ଚାଷ ଜମି ନ ଥିବା ସହ ପରିବାରର କେହି ଚାଷ କାର୍ଯ୍ୟ କରୁ ନ ଥିବାବେଳେ କେଉଁ ଆଧାରରେ ଏତେ ପରିମାଣର ଋଣ ନେଲେ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଏଠାରେ ଏକ ବିବାଦୀୟ ପରିସ୍ଥିତି ଦେଖାଦେଇଛି।

ଅଭିଯୋଗରୁ ଜଣାପଡିଛି ଯେ, ୨୦୨୪ ମସିହାରୁ ସମ୍ପାଦକ କେସିସି ଯୋଜନାରେ ତାଙ୍କ ମା’ ଜି.ଇଶ୍ବରୀ ଆଚାରୀଙ୍କ ନାମରେ ଏକ ଲକ୍ଷ ଟଙ୍କା, ଭଉଣୀ ଜି. ଲକ୍ଷ୍ମୀ ଆଚାରୀଙ୍କ ନାମରେ ଏକ ଲକ୍ଷ ଟଙ୍କା, ଭାଇ ଲିଙ୍ଗରାଜଙ୍କ ନାମରେ ୧ ଲକ୍ଷ ୨୫ ହଜାର ଟଙ୍କାର କୃଷି ଋଣ ନେଇଥିବା ବେଳେ ଜେଏଲସି ଯୋଜନାରେ ପତ୍ନୀ ରୁବିଙ୍କ ନାମରେ ଗ୍ରୁପ ଋଣ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି। ହେଲେ ଏପରିକି ତାଙ୍କର ପରିବାର ନାଁରେ କେତେ ଏକର ଜମି ଅଛି, ତାହା କାହା ନାଁରେ ରହିଛି ଓ ସେମାନେ ଋଣ ନେଇ କେଉଁ ଜମିରେ କି ପ୍ରକାରର ଚାଷ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ତାହାର ତଦନ୍ତ ଦାବି କରିଛନ୍ତି। ଏଭଳି ମିଥ୍ୟା ବିଲ୍‌ କରି ବହୁ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଏଣୁ ଏଥିପ୍ରତି ସରକାର ଓ ଜିଲା ପ୍ରଶାସନ, ସମବାୟ ବିଭାଗ ତୁରନ୍ତ ଏହାର ତଦନ୍ତକରି ସମ୍ପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବାଲାଗି ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାର ନେଇ ଚାଷୀମାନେ ରୋକଠୋକ ଭାବରେ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ଅଭିଯୋଗକୁ ନେଇ ସମ୍ପାଦକ ଜି ଲୋକନାଥ ଆଚାରୀଙ୍କୁ ପଚାରାଯିବାରେ ସେ ଘଟଣାକୁ ବାରମ୍ବାର ଏଡାଇଯିବା ସହ ଶେଷରେ ସଫେଇଦେଇ ତ କହିଛନ୍ତିଯେ ମୋର ଦରକାରଥିବାରୁ ନେଇଥିଲି ବୋଲି ତାତ୍୍ଯଯଯକାରସହକାରେ କହିବା ସହ ଚାଷୀମାନଙ୍କ ଯେଉଁ ଅଭିଯୋଗମାନ ହୋଇଛି ସେସବୁ ସମ୍ପୁର୍ଣ୍ଣ ମବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share