Categories: ଫୁରସତ

ସୋସିଆଲ ମିଡିଆରେ ଫଟୋ ଏଡିଟ୍‌ କଲେ ଏହି ଦେଶରେ ମିଳିବ ଜେଲ୍‌ଦଣ୍ଡ

୨୦୧୦ରେ ଲଞ୍ଚ୍‌ ହୋଇଥିବା ଇନ୍‌ଷ୍ଟାଗ୍ରାମ ୧୧ ବର୍ଷ ମଧ୍ୟରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଏହି ପ୍ଲାଟ୍‌ଫର୍ମରେ ୟୁଜରମାନେ ଫିଲ୍‌ଟର ଅପ୍‌ଶନରେ ଫଟୋ ଏଡିଟ୍‌ କରି ଫଟୋକୁ ଆହୁରି ସୁନ୍ଦର ରୂପ ଦେଇଥାନ୍ତି। ଏମିତି ଆକର୍ଷକ ଏବଂ ସୁନ୍ଦର କରିଥାନ୍ତି ଯେ, କେହି ଦେଖିଲେ ଆଖି ଲାଖି ଯାଇଥାଏ।

ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଫଟୋ ଏଡିଟ୍‌ କଲେ ବି ସଜା ମିଳିଥାଏ। ଏପରି ଦେଶ ହେଉଛି ନର୍‌ଓ୍ବେ। ଏଠାରେ ଏକ ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆରେ ଯେଉଁମାନେ ଫଟୋ ଏଡିଟ୍‌ କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ମିଳିବ।

ନର୍‌ଓ୍ବେରେ ଖାଲି ଇନ୍‌ଷ୍ଟାଗ୍ରାମ୍‌ ନୁହେଁ, ଫେସ୍‌ବୁକ୍‌, ଟିକ୍‌ଟକ୍‌, ଟୁଇଟର ଏବଂ ସ୍ନାପ୍‌ଚାଟ୍‌ରେ ମଧ୍ୟରେ କଡ଼ା ନିୟମ କାନୁନ୍‌ ରହିଛି। ଏହା କେବଳ ବିଜ୍ଞାପନ ପୋଷ୍ଟ ପାଇଁ ଲାଗୁ କରାଯିବ। କେହି କେହି ସୋସିଆଲ ମିଡିଆରେ ପ୍ରାଇଭେଟ ବିଜ୍ଞାପନ କରିଥାନ୍ତି। ଆକର୍ଷଣୀୟ ଦେଖାଯିବା ପାଇଁ ମାଂସପେଶୀ, ଓଠ, ଚର୍ମ ଏବଂ ଶରୀରର କିଛି ଅଂଶ ଏଡିଟ୍‌ କରିବାକୁ ପ୍ରୟାସ କରିଥାନ୍ତି। ଏମିତି କରିବା ଦ୍ୱାରା ମାର୍କେଟିଂରେ ସମସ୍ୟା ଦେଖାଦେଉଛି। ତେଣୁ ନରଓ୍ବେ ବିଜ୍ଞାପନ ଉପରେ ଫଟୋ ଏଡିଟିଂ ପ୍ରତି ପ୍ରତିବନ୍ଧକ ଲଗାଇଛି।

Share