ପୁଣି ବଢ଼ିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୨୨।୭ (ଅଭୟ ଦାଶ): ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ପାମ୍‌ ଅଏଲର ଦର ବୃଦ୍ଧି ପାଇଚାଲିଛି। ଏପରିକି ପାମ୍‌ ଅଏଲର ଦର ଗତ ୪ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷକରି ମାଲେସିଆରେ ପାମ୍‌ ଅଏଲର ୪୦୪୩ ରିଙ୍ଗିଟ୍‌ ପାର ହୋଇଯାଇଛି। ଅପରପକ୍ଷରେ ସାଧାରଣତଃ ସେପ୍ଟେମ୍ବର ତ୍ରୈମାସିକରେ ମାଲେସିଆର ପାମ୍‌ ଉତ୍ପାଦନ ହ୍ରାସ ପାଇଥାଏ। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରର ଦର ସହ ପାମ୍‌ ଅଏଲର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ। ଏଣୁ ଚାହିଦା ତୁଳନାରେ ଯୋଗାଣ ହ୍ରାସ ଯୋଗୁ ମୂଲ୍ୟ ବୃଦ୍ଧି ଏକ ନିୟମିତ ପ୍ରକ୍ରିୟା ହୋଇଥିବାବେଳେ ଦର ବୃଦ୍ଧି ଆମଦାନୀ ଦେଶଗୁଡ଼ିକ ପାଇଁ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ। ସେହିଭଳି ଆମଦାନୀ ଦେଶ ଭାବେ ଭାରତର ପାମ୍‌ ଅଏଲ ଇମ୍ପୋର୍ଟ ପ୍ରାୟ ୫୬% ବୃଦ୍ଧି ହୋଇଛି। ଏହି ସମୟ ମଧ୍ୟରେ ଭାରତର ତୈଳ ଆମଦାନୀ ବିଗତ ୩ମାସର ସର୍ବୋଚ୍ଚସ୍ତରରେ ରହିଛି। କେବଳ ପାମ୍‌ କି ସୋୟା ନୁହେଁ ସନ୍‌ଫ୍ଲାୱାର ତେଲର ଦାମ ମଧ୍ୟ ୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ତେବେ ଭାରତରେ ବଢ଼ିଥିବା ସନ୍‌ଫ୍ଲାୱର ତେଲ ଦର ବର୍ତ୍ତମାନ ବି ୨୮% ତଳେ ରହିଥିବାବେଳେ ସୋରିଷ ଦର ଅନ୍ତର୍ଜାତୀୟ ବଜାରରେ ୫ ମାସର ସର୍ବୋଚ୍ଚସ୍ତରରେ ରହିଛି। ଏହା ସତ୍ତ୍ୱେ ବି ମୂଲ୍ୟ ବୃଦ୍ଧି ସମୟର ଦର ତୁଳନାରେ ଦାମ ବର୍ତ୍ତମାନ ବି ୧୫% କମ୍‌ ରହିଛି। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ସୋୟାବିନ୍‌ର ମୂଲ୍ୟ ମଧ୍ୟ ୩ମାସର ସର୍ବୋଚ୍ଚସ୍ତରକୁ ଛୁଇଁଛି। ଫଳରେ ଆମେରିକା ବଜାରରେ ସୋୟାବିନ୍‌ ବୁସେଲ ପିଛା ଦର ୧୫୦୦ଡଲାର ପାର ହୋଇଯାଇଛି। ଏପରିକି ଦେଶରେ ଉତ୍ପାଦନ ହ୍ରାସ ଆଶଙ୍କା ସହ ଆମେରିକା ବଜାରରେ ସୋୟାବିନ୍‌ ଦର ମଧ୍ୟ ବଢ଼ିଛି। ଏହି ପରିପ୍ରେକ୍ଷୀରେ ଚାଇନାର ଚାହିଦା ବୃଦ୍ଧି ସୋୟାବିନ୍‌ ମୂଲ୍ୟ ବୃଦ୍ଧିକୁ ସୁହାଇଛି। ସେହିପରି କୃଷ୍ଣସାଗର ଶସ୍ୟ ରାଜିନାମାରୁ ରୁଷିଆ ନିଜକୁ ପୃଥକ୍‌ କରିଛି। ତେଣୁ ତୈଳ ଦର ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏପରିକି ସନ୍‌ଫ୍ଲାୱାର ତେଲ ଦର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri