Categories: ଜାତୀୟ

ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ,୫।୧୧: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉପର ମୁହାଁ ହୋଇ ରହିଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବାକୁ ସରକାର ଶୁକ୍ରବାର ଟିକସ୍‌(ଶୁଳ୍କ) ହ୍ରାସ କରିଛନ୍ତି। ଟିକସ ହ୍ରାସ ହେବାରୁ ବିଭିନ୍ନ ତେଲର ଲିଟର ପିଛା ଦାମ ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ।

ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଟିକସ୍‌ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫%ରେ ଆମଦାନୀ ଟିକସ୍‌ ଆଦାୟ କରାଯାଉଥିଲା ସେହିପରି ଅଶୋଧିତ ପାମୋଲିନ ତେଲ ଉପରେ ଲାଗୁଥିବା ୨୦% କୃଷି ସେସ୍‌କୁ ୭.୫% କରି ଦିଆଯାଇଛି। ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା କୃଷି ସେସ ମଧ୍ୟ ୫%କୁ କମାଇ ଦିଆଯାଇଛି।

ସୂଚନା ଯୋଗ୍ୟ, ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ୫ ଏବଂ ଡିଜେଲ ୧୦ଟଙ୍କା ପ୍ରତି ଲିଟର ହ୍ରାସ କରିଥିଲେ।

Share