ଶସ୍ତା ହୋଇପାରେ ଖାଇବା ତେଲ, ସୁନା, ରୁପା

ନୂଆଦିଲ୍ଲୀ,୪।୧୦: ଗତ କିଛି ଦିନ ହେବ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି। ଫଳରେ ଆଗାମୀ ଦିନଗୁଡ଼ିକରେ ଭାରତୀୟ ବଜାରରେ ଖାଇବା ତେଲ ଏବଂ ସୁନା ଓ ରୁପା ମୂଲ୍ୟ ଶସ୍ତା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସରକାର ଚଳିତ ପାକ୍ଷିକ ବୈଠକରେ ଖାଇବା ତେଲ, ସୁନା ଓ ରୁପା ଆମଦାନୀ ମୂଲ୍ୟରେ ବେସିକ୍‌ ଇମ୍ପୋର୍ଟ ପ୍ରାଇସ୍‌ ହ୍ରାସ କରିଛନ୍ତି। ସେହିଭଳି ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିଶ୍ୱରେ ଖାଇବା ତେଲ ଓ ରୁପାର ସବୁଠୁ ବଡ଼ ଆମଦାନୀକାରୀ ଦେଶ ଭାବେ ଗଣିତ ହୋଇଥାଏ। ସେହିପରି ଭାରତ ସୁନାର ୨ୟ ବଡ଼ ଉପଭୋକ୍ତା ଭାବେ ସ୍ବୀକୃତି ପାଇଛି। ଅପରପକ୍ଷରେ ଉକ୍ତ ରିପୋର୍ଟ ଅନୁସାରେ ସରକାର ଅଶୋଧିତ ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ୯୯୬ ଡଲାର ପ୍ରତି ଟନ୍‌ରୁ ହ୍ରାସ କରି ୯୩୭ ଡଲାର କରି ଦେଇଛନ୍ତି। ଏଥିରୁ ପାମ୍‌ ଅଏଲ ଓ ଅନ୍ୟ ଖାଇବା ତେଲ ଆମଦାନୀର ବେସ୍‌ ପ୍ରାଇସ୍‌ ହ୍ରାସ ହୋଇଥିବାରୁ ମୂଲ୍ୟ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଆମଦାନୀକାରୀଙ୍କ ଶୁଳ୍କ ହିସାବ ପରେ ଦର କେତେ ଶସ୍ତା ହେବ ତାହା କୁହାଯାଇପାରିବ। ଏଥିରେ ସରକାର ଆରବିଡି ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୧୯ ଡଲାରରୁ ହ୍ରାସ କରି ୯୮୨ଡଲାର କରିଛନ୍ତି। ସେହିପରି ଆରବିଡି ପାମୋଲିନର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୩୫ ଡଲାରରୁ ହ୍ରାସ କରି ୯୯୮ଡଲାର କରିଥିବା ବେଳେ ଅଶୋଧିତ ସୋୟାବିନ ତେଲର ବେସ୍‌ ପ୍ରାଇସ୍‌ ୧୩୬୨ଡଲାରରୁ ହ୍ରାସ କରି ୧୨୫୭ ଡଲାର କରିଛନ୍ତି। ସେହିପରି ସୁନା ପ୍ରତି ୧୦ଗ୍ରାମ୍‌ ବେସ୍‌ ପ୍ରାଇସ୍‌ ୫୪୯ ଡଲାରରୁ ୫୩୩ ଡଲାର କରିଥିବା ବେଳେ ରୁପା କେଜି ପିଛା ୬୩୫ରୁ ୬୦୮ ଡଲାରକୁ ହ୍ରାସ କରିଛନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର...

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ...

ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ...

ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି।...

ଆପୋସ ବୁଝାମଣାରେ ହେବ କାରବାର

କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ...

ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର...

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

ଇଣ୍ଡିଆନ ଅଏଲ ପକ୍ଷରୁ ପାର୍ବଣ ଅଭିଯାନ; ଇନ୍ଧନ କ୍ରୟରେ କାର ସହ ଅନ୍ୟ ପୁରସ୍କାର ଜିତିବା ସୁବିଧା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଇଣ୍ଡିଆନ ଅଏଲ ଭୁବନେଶ୍ୱର ଡିଭିଜନାଲ କାର୍ଯ୍ୟାଳୟ ପକ୍ଷରୁ ପାର୍ବଣ ଅଭିଯାନ ‘ତ୍ୟୋହାର କି ଉମଙ୍ଗ ଇଣ୍ଡିଆନ ଅଏଲ କି ସଙ୍ଗ’ ଶୁଭାରମ୍ଭ ଘୋଷଣା...

Advertisement
Archives

Model This Week