ଶସ୍ତା ହୋଇପାରେ ଖାଇବା ତେଲ, ସୁନା, ରୁପା

ନୂଆଦିଲ୍ଲୀ,୪।୧୦: ଗତ କିଛି ଦିନ ହେବ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି। ଫଳରେ ଆଗାମୀ ଦିନଗୁଡ଼ିକରେ ଭାରତୀୟ ବଜାରରେ ଖାଇବା ତେଲ ଏବଂ ସୁନା ଓ ରୁପା ମୂଲ୍ୟ ଶସ୍ତା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସରକାର ଚଳିତ ପାକ୍ଷିକ ବୈଠକରେ ଖାଇବା ତେଲ, ସୁନା ଓ ରୁପା ଆମଦାନୀ ମୂଲ୍ୟରେ ବେସିକ୍‌ ଇମ୍ପୋର୍ଟ ପ୍ରାଇସ୍‌ ହ୍ରାସ କରିଛନ୍ତି। ସେହିଭଳି ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିଶ୍ୱରେ ଖାଇବା ତେଲ ଓ ରୁପାର ସବୁଠୁ ବଡ଼ ଆମଦାନୀକାରୀ ଦେଶ ଭାବେ ଗଣିତ ହୋଇଥାଏ। ସେହିପରି ଭାରତ ସୁନାର ୨ୟ ବଡ଼ ଉପଭୋକ୍ତା ଭାବେ ସ୍ବୀକୃତି ପାଇଛି। ଅପରପକ୍ଷରେ ଉକ୍ତ ରିପୋର୍ଟ ଅନୁସାରେ ସରକାର ଅଶୋଧିତ ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ୯୯୬ ଡଲାର ପ୍ରତି ଟନ୍‌ରୁ ହ୍ରାସ କରି ୯୩୭ ଡଲାର କରି ଦେଇଛନ୍ତି। ଏଥିରୁ ପାମ୍‌ ଅଏଲ ଓ ଅନ୍ୟ ଖାଇବା ତେଲ ଆମଦାନୀର ବେସ୍‌ ପ୍ରାଇସ୍‌ ହ୍ରାସ ହୋଇଥିବାରୁ ମୂଲ୍ୟ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଆମଦାନୀକାରୀଙ୍କ ଶୁଳ୍କ ହିସାବ ପରେ ଦର କେତେ ଶସ୍ତା ହେବ ତାହା କୁହାଯାଇପାରିବ। ଏଥିରେ ସରକାର ଆରବିଡି ପାମ୍‌ ଅଏଲର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୧୯ ଡଲାରରୁ ହ୍ରାସ କରି ୯୮୨ଡଲାର କରିଛନ୍ତି। ସେହିପରି ଆରବିଡି ପାମୋଲିନର ବେସ୍‌ ପ୍ରାଇସ୍‌ ପ୍ରତି ଟନ୍‌ ୧୦୩୫ ଡଲାରରୁ ହ୍ରାସ କରି ୯୯୮ଡଲାର କରିଥିବା ବେଳେ ଅଶୋଧିତ ସୋୟାବିନ ତେଲର ବେସ୍‌ ପ୍ରାଇସ୍‌ ୧୩୬୨ଡଲାରରୁ ହ୍ରାସ କରି ୧୨୫୭ ଡଲାର କରିଛନ୍ତି। ସେହିପରି ସୁନା ପ୍ରତି ୧୦ଗ୍ରାମ୍‌ ବେସ୍‌ ପ୍ରାଇସ୍‌ ୫୪୯ ଡଲାରରୁ ୫୩୩ ଡଲାର କରିଥିବା ବେଳେ ରୁପା କେଜି ପିଛା ୬୩୫ରୁ ୬୦୮ ଡଲାରକୁ ହ୍ରାସ କରିଛନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri