Categories: ଜାତୀୟ

ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ଇଡିର ସମନ

ମୁମ୍ବାଇ,୨୭।୧୨: ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ ପଠାଯାଇଛି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାର ତଦନ୍ତ ସଂପର୍କରେ ଏହି ନୋଟିସ ପଠାଯାଇଥିବା ଜଣାପଡିଛି। ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଇଡି ବର୍ଷାଙ୍କୁ ଡାକିଛି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାର ତଦନ୍ତରେ ସାମିଲ ପାଇଁ ଇଡି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷାଙ୍କୁ ଡକାଇଛି। ସୂତ୍ରରୁ ପ୍ରକାଶ ଯେ ଏହି ପରିପ୍ରେକ୍ଷୀରେ ପ୍ରବୀଣ ରାଉତ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ସହ ବର୍ଷାଙ୍କ ଟଙ୍କା ଲେଣଦେଣ ହୋଇଛି। ତେବେ ସମ୍ପତ୍ତି କ୍ରୟ କରିବା ପାଇଁ ସେ ଉଧାର ନିଆଯାଇଥିଲା ବୋଲି ଭର୍ସା ରାଉତ କହିଛନ୍ତି।

Share