Categories: ଜାତୀୟ

ମନି ଲଣ୍ଡରିଂ ମାମଲା: ଅଭିଶେକଙ୍କୁ ଇଡିର ନୋଟିସ, ପଚରା ଉଚରା ପାଇଁ ପତ୍ନୀଙ୍କୁ ଡାକରା

କୋଲକାତା,୨୮ ।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଏମପି ଅଭିଶେକ ବାନାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ନୋଟିସ ଜାରି କରାଯାଇଛି । ଏଥିପାଇଁ ତାଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ମଧ୍ୟ ପଚରା ଉଚରା ପାଇଁ ହାଜର ହେବାକୁ କୁହାଯାଇଛି । କୁହାଯାଉଛି କି ରୁଜିରାଙ୍କଠାରୁ କୋଲ ବ୍ଳକ ଆବଣ୍ଟନ ସହ ଜଡିତ ମନି ଲଣ୍ଡରିଂର ଅପରାଧିଙ୍କୁ ନେଇ ସେପ୍ଟେମ୍ବର ୧ରେ ପଚରା ଉଚରା କରାଯାଇପାରେ । ଏହି ମାମଲାରେ ପଚରା ଉଚରା ପାଇଁ ଅଭିଶେକଙ୍କୁ ସେପ୍ଟେମ୍ବର ୬ରେ ହାଜର ହେବାକୁ କୁହାଯାଇଛି ।

Share