Categories: ଜାତୀୟ

ପ୍ରଶ୍ନପତ୍ର ଲିକ୍‌ ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ସମନ

ଜୟପୁର,୨।୧୧: ନିର୍ବାଚନ ପୂର୍ବରୁ କଂଗ୍ରେସର ଅଢୁଆ ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ସ୍କୁଲ ଶିକ୍ଷକ ଚୟନରେ ପ୍ରଶ୍ନପତ୍ର ଲିକ୍‌ ଏବଂ ଆର୍ଥିକ ଅପରାଧ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ ପୁଅଙ୍କୁ ସମନ ଜାରି କରିଛି।

ସମନରେ ଅଭିଳାଷ ଡୋଟାସରାଙ୍କୁ ନଭେମ୍ବର ୭ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଥିବା ବେଳେ ଅବିନାଶ ଡୋଟାସରାଙ୍କୁ ନଭେମ୍ବର ୮ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଗତ ସପ୍ତାହରେ ଇଡି ଜୟପୁର କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ବାସଭବନରେ ଚଢାଉ କରିଥିଲା। ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ କହିଛନ୍ତି, ସେ କୌଣିସ ଭୁଲ କରି ନାହାନ୍ତି। ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।

Share