Categories: ଜାତୀୟ

ପୂଜା ସିଂଘଲଙ୍କୁ ଇଡି ସମନ

ରାଞ୍ଚି,୧୦।୫: ମନି ଲଣ୍ଡରିଂ ମାମଲାରେ ଝାଡଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଜେରା ପାଇଁ ମଙ୍ଗଳବାର ଇଡି କାର୍ଯ୍ୟଳୟରେ ହାଜର ହେବାଲାଗି ସମନରେ ଉଲ୍ଲେଖ କରାଯାଇଛି। ମନି ଲଣ୍ଡରିଂ ଅଭିଯୋଗ କ୍ରମେ ଆୟକର ବିଭାଗ ପୂଜାଙ୍କ ଘରେ ଚଢ଼ଉ କରିବା ସହ ନଗଦ ୧୭ କୋଟି ଟଙ୍କା ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ପୂଜାଙ୍କ ନିକଟରୁ ୧୯. ୩୧ କୋଟି ଟଙ୍କା ଜବତ କରାଯାଇଛି।

Share