Categories: ଜାତୀୟ

ସଞ୍ଜୟ ରାଉତଙ୍କୁ ଦ୍ୱିତୀୟ ସମନ ପଠାଇଲା ଇଡି: ଜୁଲାଇ ୧ରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ,୨୮।୬: ଶିବସେନା ଏମ୍‌ପି ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦ୍ୱିତୀୟ ସମନ ପଠାଇଛି। ପାତ୍ରା ଚୌଲ ଜମି ଦୁର୍ନିତୀ ମାମଲାରେ ଜୁଲାଇ ୧ରେ ଇଡିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧ ସକାଳ ୧୧ଟାରେ ଇଡି ତାଙ୍କୁ ଡାକିଛି। ଏହି ମାମଲା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ ମଧ୍ୟ ସଞ୍ଜୟ ରାଉତଙ୍କୁ କୁହାଯାଇଛି। ଏହାପୂର୍ବରୁ ସୋମବାର ପାତ୍ରା ଚୌଲ ପୁନଃନିର୍ମାଣ ପ୍ରକଳ୍ପର ଅର୍ଥ ହେରଫେର ମାମଲାର ତଦନ୍ତ ସଂପର୍କରେ ଇଡି ସଞ୍ଜୟ ରାଉତଙ୍କୁ ଡକାଇଥିଲା। ଇତିମଧ୍ୟରେ ମଙ୍ଗଳବାର ମଧ୍ୟ ରାଉତଙ୍କୁ ଇଡି ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଥିଲା।

Share