Categories: ଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସହଯୋଗୀଙ୍କ ଘରୁ ୩ କୋଟି ଜବତ କଲା ଇଡି

ରାଞ୍ଚି,୯।୭: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲା ଏବଂ ବରହେଟ, ରାଜମହଲ ସହରର ପାଖାପାଖି ୨୦ଟି ସ୍ଥାନରେ ଏହି ଚଢ଼ାଉ ହୋଇଥିଲା। ଚଢାଉ ବେଳେ ଅଧିକାରୀମାନେ ନଗଦ ୩ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଇଡି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Share