Posted inଜାତୀୟ

ଚିଦାମ୍ବରମ୍‌ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୪।୨ (ପି.ଟି.): ସାରଦା ଚିଟ୍‌ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍‌ ବିଧାୟକ ଦେବେନ୍ଦ୍ର ନାଥ ବିଶ୍ୱାସ ଏବଂ ଆସାମର ପୂର୍ବତନ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ମାଲିକାନାରେ ଥିବା ଏକ କମ୍ପାନୀର ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ୩.୩ କୋଟି ଟଙ୍କାର ଅସ୍ଥାବର ଏବଂ ୩ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଆଟାଚ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଇଡି ଶୁକ୍ରବାର କହିଛି। ଏହି ସମ୍ପତ୍ତି ସାରଦା ଗ୍ରୁପ୍‌ ଓ ଅନ୍ୟମାନଙ୍କ ମାଲିକାନାରେ ଥିଲା। ଏହି ଗ୍ରୁପ୍‌ ଦ୍ୱାରା ହୋଇଥିବା ଅର୍ଥ କାରବାର ଦୁର୍ନୀତିର ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ଲାଭ ଉଠାଇଥିଲେ। ନଳିନୀ, ବିଶ୍ୱାସଙ୍କ ବ୍ୟତୀତ ଇଷ୍ଟ ବେଙ୍ଗଲ କ୍ଲବ୍‌ର କାର୍ଯ୍ୟକର୍ତ୍ତା ଦେବବ୍ରତ ସର୍କାର ଏବଂ ଆସାମ କଂଗ୍ରେସର ଜଣେ ପୂର୍ବତନ ସଭାପତି ଦତ୍ତଙ୍କ ମାଲିକାନାରେ ଥିବା ଅନୁଭୂତି ପ୍ରିଣ୍ଟର୍ସ ଆଣ୍ଡ ପବ୍ଲିକେଶନ୍ସ ସାରଦା ଫାଇନାନ୍ସ ଦୁର୍ନୀତିରୁ ଫାଇଦା ଉଠାଇଥିଲେ। ଏକ ଟେଲିଭିଜନ ଚ୍ୟାନେଲ କିଣା ଡିଲ୍‌କୁ ନେଇ ସାରଦା ଗ୍ରୁପ୍‌ ପାଇଁ ଅଦାଲତ ଏବଂ କମ୍ପାନୀ ଲ’ ବୋର୍ଡରେ ହାଜର ହେବା ବାବଦକୁ ନଳିନୀଙ୍କୁ ୧.୨୬ କୋଟି ଟଙ୍କା ଲିଗାଲ ଫି ପୈଠ କରାଯାଇଥିଲା। ଦତ୍ତ ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଘନିଷ୍ଠ ଥିଲେ ଏବଂ ପରିବହନ ସମେତ ବିଭିନ୍ନ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ। ୨୦୧୩ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଶାରଦା ଗ୍ରୁପ୍‌ ହଜାର ହଜାର ଜମାକାରୀଙ୍କୁ ଠକିଥିଲା। ଅଧିକ ସୁଧର ପ୍ରଲୋଭନ ଦେଖାଇ ଏହି କମ୍ପାନୀ ଲୋକଙ୍କଠାରୁ ବେଆଇନ ଭାବେ ଜମା ସଂଗ୍ରହ କରୁଥିଲା। ଏହି ଗ୍ରୁପ୍‌ କମ୍ପାନୀ ଦ୍ୱାରା ୨,୪୫୯ କୋଟି ଟଙ୍କା କାରବାର ହୋଇଥିଲା। ସେଥିରୁ ଜମାକାରୀଙ୍କ ୧,୯୮୩ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିପାରି ନାହିଁ। ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri