ଗୋଲ୍ଡେନ୍‌ ବାବାଙ୍କ ଦାମୀ କାର୍‌ ଜବତ କଲା ଇଡି

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଏକ ଦାମୀ କାର୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜବତ କରିଛି। ଓଡି୦୫ଏଲ୍‌୧୦୦୦ ନମ୍ବର ବିଶିଷ୍ଟ ଏହି କାର୍‌ଟି ଭୁବନେଶ୍ୱର ସିଆର୍‌ପି ଛକ ନିକଟରେ ପାର୍କିଂ ହୋଇଥିବା ବେଳେ ସାରେ ଇଡି ଅଧିକାରୀମାନେ ଏହାକୁ ନିଜ ହେପାଜତକୁ ନେଇଥିଲେ। ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ କରୁଥିବା ଇଡିର ଗିରଫଦାରି ଭୟରେ ଗୋଲ୍ଡେନ୍‌ ବାବା ତାଙ୍କ କାର୍‌ ଛାଡ଼ି ସେଠାରୁ ଖସି ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ଜବତ ହୋଇଥିବା କାର୍‌ର ମୂଲ୍ୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଇଡି ଟିମ୍‌ ଏହି କାର୍‌କୁ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନେଇଥିବାବେଳେ ଗୁରୁବାର କିମ୍ବା ଶୁକ୍ରବାର ଏ ସଂକ୍ରାନ୍ତରେ ଏଜେନ୍‌ସି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ୍‌ ଅଛନ୍ତି। ଏପରିକି ଜବତ ହୋଇଥିବା କାର୍‌କୁ ମିଶାଇ ଗୋଲ୍ଡେନ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ମଧ୍ୟ ରହିଛି।
ଅନୁଯାୟୀ, ଜ୍ୟୋତି ଟ୍ରେଡିଙ୍ଗ୍‌ ଏଣ୍ଡ୍‌ କୋ. ମାଲିକ ଗୋଲ୍ଡେନ ବାବାଙ୍କ ନାମରେ ଚନ୍ଦ୍ରଶେଖରପୁର, ଶହୀଦନଗର ଆଦି ଥାନାରେ ୮ରୁ ଊର୍ଦ୍ଧ୍ୱ ଠକେଇ ମାମଲା ରହିଛି। ସେ ଏମ୍‌ଏସ୍‌ ନ୍ୟାଶନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଖଣି କମ୍ପାନୀକୁ ୧୨.୪ କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ୨୦୧୮ ଡିସେମ୍ବ ୩୧ରେ ଗୋଲ୍ଡେନ ବାବାଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପରେ ସେ ବେଲ୍‌ରେ ଆସି ଫେରାର ହୋଇଯାଇଥିଲେ। କଳାରାହାଙ୍ଗ ଓ ନୀଳାଦ୍ରିବାହାସ୍ଥିତ ଘରକୁ ମଧ୍ୟ ସେ ଆସୁ ନ ଥିଲେ। ଏହାପରେ ଇଓଡବ୍ଲ୍ୟୁରେ ବାବାଙ୍କ ନାମରେ ବହୁ ଠକେଇ ଅଭିଯୋଗ ହୋଇଥିଲା। ଏନେଇ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୦୨/୨୦୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗୋଲ୍ଡେନ ବାବାଙ୍କୁ ଖୋଜାଖୋଜି କରି ପାଇ ନ ଥିଲା। ପରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପରିକି ଇଡି ତାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୧ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ କରିଥିଲା। ସେପଟେ ୨୦୨୧ ନଭେମ୍ବର ୨୯ରେ ଇଓଡବ୍ଲ୍ୟୁ ଗୋଲ୍ଡେନ ବାବାଙ୍କୁ ୱାଣ୍ଟେଡ୍‌ ଘୋଷଣା କରିଥିଲା। ଏପରିକି ସୂଚନାଦାତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ଉଇଙ୍ଗ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଏପଟେ ଗୋଲ୍ଡେନ୍‌ ବାବା କିଛିଦିନ ହେଲା ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଥିବା ଇଡି ଖବର ପାଇ ତାଙ୍କୁ ଖୋଜାଖୋଜି କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri