ଗୋଲ୍ଡେନ୍‌ ବାବାଙ୍କ ଦାମୀ କାର୍‌ ଜବତ କଲା ଇଡି

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଏକ ଦାମୀ କାର୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜବତ କରିଛି। ଓଡି୦୫ଏଲ୍‌୧୦୦୦ ନମ୍ବର ବିଶିଷ୍ଟ ଏହି କାର୍‌ଟି ଭୁବନେଶ୍ୱର ସିଆର୍‌ପି ଛକ ନିକଟରେ ପାର୍କିଂ ହୋଇଥିବା ବେଳେ ସାରେ ଇଡି ଅଧିକାରୀମାନେ ଏହାକୁ ନିଜ ହେପାଜତକୁ ନେଇଥିଲେ। ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ କରୁଥିବା ଇଡିର ଗିରଫଦାରି ଭୟରେ ଗୋଲ୍ଡେନ୍‌ ବାବା ତାଙ୍କ କାର୍‌ ଛାଡ଼ି ସେଠାରୁ ଖସି ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ଜବତ ହୋଇଥିବା କାର୍‌ର ମୂଲ୍ୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଇଡି ଟିମ୍‌ ଏହି କାର୍‌କୁ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନେଇଥିବାବେଳେ ଗୁରୁବାର କିମ୍ବା ଶୁକ୍ରବାର ଏ ସଂକ୍ରାନ୍ତରେ ଏଜେନ୍‌ସି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ୍‌ ଅଛନ୍ତି। ଏପରିକି ଜବତ ହୋଇଥିବା କାର୍‌କୁ ମିଶାଇ ଗୋଲ୍ଡେନ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ମଧ୍ୟ ରହିଛି।
ଅନୁଯାୟୀ, ଜ୍ୟୋତି ଟ୍ରେଡିଙ୍ଗ୍‌ ଏଣ୍ଡ୍‌ କୋ. ମାଲିକ ଗୋଲ୍ଡେନ ବାବାଙ୍କ ନାମରେ ଚନ୍ଦ୍ରଶେଖରପୁର, ଶହୀଦନଗର ଆଦି ଥାନାରେ ୮ରୁ ଊର୍ଦ୍ଧ୍ୱ ଠକେଇ ମାମଲା ରହିଛି। ସେ ଏମ୍‌ଏସ୍‌ ନ୍ୟାଶନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଖଣି କମ୍ପାନୀକୁ ୧୨.୪ କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ୨୦୧୮ ଡିସେମ୍ବ ୩୧ରେ ଗୋଲ୍ଡେନ ବାବାଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପରେ ସେ ବେଲ୍‌ରେ ଆସି ଫେରାର ହୋଇଯାଇଥିଲେ। କଳାରାହାଙ୍ଗ ଓ ନୀଳାଦ୍ରିବାହାସ୍ଥିତ ଘରକୁ ମଧ୍ୟ ସେ ଆସୁ ନ ଥିଲେ। ଏହାପରେ ଇଓଡବ୍ଲ୍ୟୁରେ ବାବାଙ୍କ ନାମରେ ବହୁ ଠକେଇ ଅଭିଯୋଗ ହୋଇଥିଲା। ଏନେଇ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୦୨/୨୦୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗୋଲ୍ଡେନ ବାବାଙ୍କୁ ଖୋଜାଖୋଜି କରି ପାଇ ନ ଥିଲା। ପରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପରିକି ଇଡି ତାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୫୧ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ କରିଥିଲା। ସେପଟେ ୨୦୨୧ ନଭେମ୍ବର ୨୯ରେ ଇଓଡବ୍ଲ୍ୟୁ ଗୋଲ୍ଡେନ ବାବାଙ୍କୁ ୱାଣ୍ଟେଡ୍‌ ଘୋଷଣା କରିଥିଲା। ଏପରିକି ସୂଚନାଦାତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ଉଇଙ୍ଗ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଏପଟେ ଗୋଲ୍ଡେନ୍‌ ବାବା କିଛିଦିନ ହେଲା ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଥିବା ଇଡି ଖବର ପାଇ ତାଙ୍କୁ ଖୋଜାଖୋଜି କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri