Categories: ଜାତୀୟ

ଗିରଫ ହୋଇ ପାରନ୍ତି ସଞ୍ଜୟ ରାଉତ, ଘରେ ପହଞ୍ଚିଲା ଇଡି

ମୁମ୍ବାଇ,୩୧ ।୭: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ସଞ୍ଜୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ ପହଞ୍ଚିଛନ୍ତି । ଅନୁମାନ କରାଯାଉଛି ସଞ୍ଜୟଙ୍କୁ ଗିରଫ କରାଯାଇ ଇଡି ପକ୍ଷରୁ ପଚରା ଉଚରା କରାଯାଇପାରେ । ରାଉତ ଯାଞ୍ଚରେ ସହଯୋଗ ନ କରିବାରୁ ଇଡି ପକ୍ଷରୁ ତାଙ୍କ ଘର ଉପରେ ଚଢାଉ କରାଯାଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୧୦୦୦କୋଟିରୁ ଅଧିକ ଜମି ଘୋଟାଲା ମାମଲାରେ ଇଡିର ଟିମ ରାଉତଙ୍କୁ ପଚରା ଉଚରା କରୁଛନ୍ତି । ତାଙ୍କୁ ଜୁଲାଇ ୨୭ରେ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ହେଲେ ସେ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇ ନ ଥିଲେ । ଏହାପରେ ଇଡିର ଅଧିକାରୀ ତାଙ୍କ ଘରେ ପହଞ୍ଚିଛନ୍ତି ।

Share