Categories: Uncategorized

ଦେଶ ଛାଡ଼ି ଫେରାର ହେବାକୁ ଯୋଜନା କରୁଛନ୍ତି ଟିଏମ୍‌ସି ନେତା ସାହଜନ୍‌ ଶେଖ୍‌, ଲୁକ୍‌ଆଉଟ୍‌ ନୋଟିସ ଜାରି କଲା ED

କୋଲକାତା,୬।୧: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସରଙ୍କ ଉପରେ ଆକ୍ରମଣ ପରେ ଟିଏମ୍‌ସି ନେତା ସାହଜନ ଶେଖ୍‌ ଦେଶ ଛାଡ଼ି ଫେରାର ହେବା ଯୋଜନାରେ ରହିଛନ୍ତି। ଗିରଫଦାରୀରୁ ରକ୍ଷା ପାଇବା ଲାଗି ସେ କୌଣସି ବି ସମୟରେ ଫେରାର ହେବା ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଏହାକୁ ନେଇ ଇଡି ପକ୍ଷରୁ ସାହଜନଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଛି। ଏଥିସହ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ଆବଶ୍ୟକ ନିର୍ଦ୍ଦେଶନାମା ପଠାଯାଇଛି।

ପ୍ରକାଶ ଯେ, ରାଶନ ବଣ୍ଟନ ଦୁର୍ନୀତିରେ ସମ୍ପୃକ୍ତ ଟିଏମ୍‌ସି ନେତା ସାହଜନଙ୍କ ସନ୍ଦେଶଖଲି ବାସଭବନକୁ ତଦନ୍ତ କରିବାକୁ ଯାଇଥିବା ଇଡି ଅଫିସରଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସାହଜନଙ୍କ ସମର୍ଥକମାନେ ଅଫିସରମାନଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏଥିରେ ଇଡିର ୩ ଅଧିକାରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।