Posted inଜାତୀୟ

ମନ୍ତ୍ରୀଙ୍କ ନିକଟତମଙ୍କ ଘରେ ଟଙ୍କାର ପାହାଡ ଦେଖି ଇଡି ଆଶ୍ଚର୍ଯ୍ୟ

ରାଞ୍ଚି,୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କାର୍ଯ୍ୟ ଜାରି ରହିଛି। ସୋମବାର ଝାଡଖଣ୍ଡର ରାଞ୍ଚିରେ ଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅର୍ଥ ହେରଫେର ସମ୍ପର୍କରେ ପ୍ରାୟ ୬ ଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ଇଡି ଝାଡଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରୋଇ ଚାକରଙ୍କ ଘରୁ ପୁଳାପୁଳା ନଗଦ ଟଙ୍କା ମଧ୍ୟ ପାଇଛି।
ରାଞ୍ଚିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନେକ ସ୍ଥାନରେ ଚଢାଉ କରୁଛି। ବୀରେନ୍ଦ୍ର ରାମ ମାମଲାରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଚାକରଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। କିଛି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ଇଡି ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର ରାମ ଫେବୃଆରୀ ୨୦୨୩ରେ ଗିରଫ କରାଯାଇଥିଲା।
ସୂଚନାନୁସାରେ, ନିଲମ୍ବିତ ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର ରାମ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ସ୍ଥାନରେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ନିଷ୍ପତ୍ତି ନେବେ ହାଇକମାଣ୍ଡ

ଥିରୁଭାନନ୍ତପୁରମ୍‌,୧୦ା୫: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ। ନେତା ଚୟନ…

ହାନ୍ତା ଭାଇରସ୍‌: ଅଙ୍ଗପ୍ରତ୍ୟଙ୍ଗକୁ ଶୀଘ୍ର ଅକାମୀ କରିଦିଏ

ନୂଆଦିଲ୍ଲୀ, ୧୦ା୫:‘ଏମ୍‌ଭି ହୋଣ୍ଡିଅସ୍‌’ ନାମକ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଜାହାଜରେ ହାନ୍ତା ଭାଇରସ୍‌ ସଂକ୍ରମଣର ଖବର ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri