ବିବାଦ ପିଛା ଛାଡୁନି: ଏବେ ଇଡି ପଞ୍ଝାରେ…

ମୁମ୍ବାଇ: ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ। ପୂର୍ବରୁ ଅଶ୍ଳୀଳ ଫିଲ୍ମ ତିଆରି କରି ଗିରଫ ହୋଇଥିବା ରାଜ୍‌ ଏବେ ଆଉ ଏକ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ଉଠିଛି। ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ଅନୁସନ୍ଧାନକାରୀ ସଂସ୍ଥା ବର୍ତ୍ତମାନ ଦେଶ ତଥା ବର୍ତ୍ତମାନ ଦେଶବିଦେଶରେ ରାଜଙ୍କ ସମ୍ପତ୍ତି ଯାଞ୍ଚ କରିବ। ଏଥିସହ ସେ ଏବଂ ତାଙ୍କ ସଂସ୍ଥଗୁଡ଼ିକର ଗତ ୩ ରୁ ୫ ବର୍ଷ ମଧ୍ୟରେ ହୋଇଥିବା କାରବାରକୁ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ରାଜ କୁନ୍ଦ୍ରା ଫେବୃୟାରୀ ୨୦୧୯ରେ ଆମର୍ସ ପ୍ରାଇମ ମିଡିଆ ଲିମିଟେଡ ନାମକ ଏକ କମ୍ପାନୀ ନିର୍ମାଣ କରିଥିଲେ। ହଟସଟ୍ସ ନାଁରେ ଏକ ଆପ ମଧ୍ୟ ତିଆରି କିରଥିଲେ। ପରେ ହଟସଟ ଆପ୍‌କୁ ୟୁକେ ସ୍ଥିତ ଫାର୍ମ କେନ୍ରିନଙ୍କୁ ବିକ୍ରି କରି ଦିଆଯାଇଥିଲା। ଏହି କମ୍ପାନୀର ସିଇଓ ହେଉଛନ୍ତି ପ୍ରଦୀପ ବକ୍ସି। ସେ ପ୍ରକୃତରେ ରାଜ କୁନ୍ଦ୍ରାଙ୍କ ଭିଣେଇ। ରାଜ୍‌ଙ୍କ କମ୍ପାନୀ କେନ୍ରିନ କମ୍ପାନୀ ସହିତ ଚୁକ୍ତି କରିଥିଲା। ଏହି କାରବାର ପାଇଁ ଭିଆନ କମ୍ପାନୀର ୧୩ଟି ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର କାରବାର କରାଯାଇଥିଲା।

Share