Categories: ଜାତୀୟ

କିରନ ପଟେଲଙ୍କ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ, ୨୦ା୫(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍‌ ପଟେଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଛି। ଗତ ମାର୍ଚ୍ଚରେ କିରନ୍‌ଙ୍କୁ ଶ୍ରୀନଗରର ଏକ ହୋଟେଲରୁ ଗିରଫ କରାଯାଇଥିଲା। ଶ୍ରୀନଗର ଜୋନାଲ ଅଫିସ୍‌ର ଇଡି ଅଧିକାରୀମାନେ ଗୁଜରାଟର ଅହମଦାବାଦ, ମୋର୍ବି ଏବଂ ମେହସନାର ୧୨ଟି ସ୍ଥାନରେ ଶୁକ୍ରବାର ଚଢ଼ାଉ କରିଥିଲେ। କିରନ୍‌ଙ୍କ କେତେଜଣ ସହଯୋଗୀଙ୍କ ବିରୋଧରେ ମଧ୍ୟ ଇଡି ମାମଲା ରୁଜୁ କରିଛି।

Share