Categories: ଜାତୀୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କୁ ଗିରଫ କଲା ଇଡି

ରାୟପୁର,୨।୧୨: ମନି ଲଣ୍ଡରିଂ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କ ଉପ ସଚିବ ସୋମ୍ୟା ଚୌରାସିଆଙ୍କୁ ଶୁକ୍ରବାର ରାୟପୁରରୁ ଗିରଫ କରିଛି। ବର୍ତ୍ତମାନ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବଘେଲାଙ୍କ ଉପ ସଚିବ ସୋମ୍ୟାଙ୍କ ଘରେ ୨୦୨୦ ଫେବୃଆରୀରେ ଆୟକର ବିଭାଗ ଚଢ଼ାଉ କରିଥିଲା। ସେହି ସମୟରେ ଏହାକୁ ରାଜନୈତିକ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Share