Posted inଜାତୀୟ

୧୦୦ କୋଟି ଟଙ୍କା ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ମନ୍ତବ୍ୟ ଦେଇ କହିଥିଲେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫରୁ ସୁରକ୍ଷା ଦିଆଯାଇ ପାରିବ ନାହିଁ। ଏହାପରେ ଗୁରୁବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍ରିୱାଲଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କଥା କହିଲେ ଅରବିନ୍ଦ କେଜ୍ରିୱାଲଙ୍କ ମୋଟ ସମ୍ପତ୍ତି ୩.୪୪ କୋଟି ଟଙ୍କା ଅଟେ। ନଗଦ ଆକାରରେ ତାଙ୍କ ପାଖରେ ମୋଟ ୧୨ ହଜାର ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କ ପାଖରେ ୯ ହଜାର ଟଙ୍କା ରହିଛି। କେଜ୍ରିୱାଲଙ୍କ ପରିବାର ପାଖରେ ମୋଟ ୬ ଟି ଆକାଉଣ୍ଟ ରହିଛି। ଯେଉଁଥିରେ ମୋଟ ୩୩.୨୯ ଲକ୍ଷ ଟଙ୍କା ଜମା ଅଛି। କେଜ୍ରିୱାଲଙ୍କ ଉପରେ କୌଣସି ପ୍ରକାରର ଋଣ ନାହିଁ। ତେବେ ଆସନ୍ତୁ ଜାଣିବା କେଜ୍ରିୱାଲଙ୍କର କେଉଁଠି କେଉଁଠି ଅନ୍ୟ ସମ୍ପତ୍ତି ରହିଛି।

୨୦୨୦ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କର ୩୨୨୦ ଟଙ୍କା ମୂଲ୍ୟର ୩୨୦ ଗ୍ରାମ ସୁନା ଏବଂ ୪୦ ହଜାର ଟଙ୍କା ମୂଲ୍ୟର ଏକ କିଲୋଗ୍ରାମ ରୂପା ଥିଲା। ଯେତେବେଳେ କି, ତାଙ୍କ ପତ୍ନୀଙ୍କ ନାମରେ ମ୍ୟୁଚୁଆଲ୍ ଫଣ୍ଡରେ ୧୫.୩୧ ଲକ୍ଷ ଟଙ୍କା ଜମା ହୋଇଛି। କେଜ୍ରିୱାଲଙ୍କ ନାମରେ କୌଣସି ଗାଡି ନାହିଁ, କିନ୍ତୁ ତାଙ୍କ ପତ୍ନୀଙ୍କ ନାମରେ ୬.୨୦ ଲକ୍ଷ ଟଙ୍କା ମୂଲ୍ୟର ମାରୁତି ବାଲେନୋ ଅଛି।

୧ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ଘର।

ହରିୟାଣାର ଗୁରୁଗ୍ରାମରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ନାମରେ ଏକ ବିଳାସପୂର୍ଣ୍ଣ ଘର ଅଛି, ଯାହା ସେ ୨୦୧୦ ମସିହାରେ କିଣିଥିଲେ। ୨୦୨୦ ମସିହାରେ ସେହି ଘରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ଥିଲା। ଯେତେବେଳେ ଏହି ଘର କିଣାଗଲା, ଏହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ଥିଲା। ଗଚ୍ଚଦ୍ଭରଗ୍ଧବ.ସଦ୍ଭଲକ୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ଗାଜିଆବାଦ ଏବଂ ହରିୟାଣାରେ ଅଣ କୃଷି ଜମି ଅଛି, ଯାହାର ମୂଲ୍ୟ ୨୦୨୦ ସୁଦ୍ଧା ୧.୭୭ କୋଟି ଟଙ୍କା ରହିଛି।

କେଜ୍ରିୱାଲଙ୍କର କୌଣସି ଋଣ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ କୌଣସି ପ୍ରକାରର ଋଣ ନାହିଁ। ସେ କୌଣସି ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀରୁ କୌଣସି ବ୍ୟକ୍ତିଗତ ଋଣ ନେଇ ନାହାଁନ୍ତି। ଏହା ବ୍ୟତୀତ, ଖଓଉ ଏବଂ ଘଝଉ, ଡାକ ସଞ୍ଚୟ କିମ୍ବା ବୀମା ପରି ଅନ୍ୟ କୌଣସି ସରକାରୀ ଯୋଜନାରେ ବିନିଯୋଗ କରିନାହାଁନ୍ତି ଜ୍ଝ ତେବେ ତାଙ୍କ ପତ୍ନୀଙ୍କ ନାମରେ ପିପିଏଫ ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କା ଜମା କରାଯାଇଛି।

କେଜ୍ରିୱାଲଙ୍କ ଶିକ୍ଷାଗତ ଯୋଗ୍ୟତା।

ଆମେ ଆପଣଙ୍କୁ କହିରଖୁଛୁ ଯେ ୫୧ ବର୍ଷିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୯୮୯ ମସିହାରେ ଆଇଆଇଟି ଖଡଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ହେଉଛି ଚାନ୍ଦନୀ ଚୌକ। ତାଙ୍କ ପତ୍ନୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏକ୍ସାଇଜ୍ ପଲିସି ୨୦୨୧-୨୨ ରେ ହୋଇଥିବା ଅଭିଯୋଗରେ ଟଙ୍କା ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ନଅଟି ସମନ ଜାରି କରିଛି। ଗତ ବର୍ଷ ନଭେମ୍ବର ୨ ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିକଟକୁ ଇଡି ପ୍ରଥମ ସମନ ପଠାଇଥିଲା। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏହି ସମନ ଜାରି କରାଯାଇଛି। ଏହା ପ୍ରାୟ ୧୦୦ କୋଟି ଟଙ୍କାର ଅବକାରୀ ନୀତି ସହ ଜଡିତ ବୋଲି କୁହାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri