Posted inଜାତୀୟ

୧୦୦ କୋଟି ଟଙ୍କା ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ମନ୍ତବ୍ୟ ଦେଇ କହିଥିଲେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫରୁ ସୁରକ୍ଷା ଦିଆଯାଇ ପାରିବ ନାହିଁ। ଏହାପରେ ଗୁରୁବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍ରିୱାଲଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କଥା କହିଲେ ଅରବିନ୍ଦ କେଜ୍ରିୱାଲଙ୍କ ମୋଟ ସମ୍ପତ୍ତି ୩.୪୪ କୋଟି ଟଙ୍କା ଅଟେ। ନଗଦ ଆକାରରେ ତାଙ୍କ ପାଖରେ ମୋଟ ୧୨ ହଜାର ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କ ପାଖରେ ୯ ହଜାର ଟଙ୍କା ରହିଛି। କେଜ୍ରିୱାଲଙ୍କ ପରିବାର ପାଖରେ ମୋଟ ୬ ଟି ଆକାଉଣ୍ଟ ରହିଛି। ଯେଉଁଥିରେ ମୋଟ ୩୩.୨୯ ଲକ୍ଷ ଟଙ୍କା ଜମା ଅଛି। କେଜ୍ରିୱାଲଙ୍କ ଉପରେ କୌଣସି ପ୍ରକାରର ଋଣ ନାହିଁ। ତେବେ ଆସନ୍ତୁ ଜାଣିବା କେଜ୍ରିୱାଲଙ୍କର କେଉଁଠି କେଉଁଠି ଅନ୍ୟ ସମ୍ପତ୍ତି ରହିଛି।

୨୦୨୦ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କର ୩୨୨୦ ଟଙ୍କା ମୂଲ୍ୟର ୩୨୦ ଗ୍ରାମ ସୁନା ଏବଂ ୪୦ ହଜାର ଟଙ୍କା ମୂଲ୍ୟର ଏକ କିଲୋଗ୍ରାମ ରୂପା ଥିଲା। ଯେତେବେଳେ କି, ତାଙ୍କ ପତ୍ନୀଙ୍କ ନାମରେ ମ୍ୟୁଚୁଆଲ୍ ଫଣ୍ଡରେ ୧୫.୩୧ ଲକ୍ଷ ଟଙ୍କା ଜମା ହୋଇଛି। କେଜ୍ରିୱାଲଙ୍କ ନାମରେ କୌଣସି ଗାଡି ନାହିଁ, କିନ୍ତୁ ତାଙ୍କ ପତ୍ନୀଙ୍କ ନାମରେ ୬.୨୦ ଲକ୍ଷ ଟଙ୍କା ମୂଲ୍ୟର ମାରୁତି ବାଲେନୋ ଅଛି।

୧ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ଘର।

ହରିୟାଣାର ଗୁରୁଗ୍ରାମରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ନାମରେ ଏକ ବିଳାସପୂର୍ଣ୍ଣ ଘର ଅଛି, ଯାହା ସେ ୨୦୧୦ ମସିହାରେ କିଣିଥିଲେ। ୨୦୨୦ ମସିହାରେ ସେହି ଘରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ଥିଲା। ଯେତେବେଳେ ଏହି ଘର କିଣାଗଲା, ଏହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ଥିଲା। ଗଚ୍ଚଦ୍ଭରଗ୍ଧବ.ସଦ୍ଭଲକ୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ଗାଜିଆବାଦ ଏବଂ ହରିୟାଣାରେ ଅଣ କୃଷି ଜମି ଅଛି, ଯାହାର ମୂଲ୍ୟ ୨୦୨୦ ସୁଦ୍ଧା ୧.୭୭ କୋଟି ଟଙ୍କା ରହିଛି।

କେଜ୍ରିୱାଲଙ୍କର କୌଣସି ଋଣ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ କୌଣସି ପ୍ରକାରର ଋଣ ନାହିଁ। ସେ କୌଣସି ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀରୁ କୌଣସି ବ୍ୟକ୍ତିଗତ ଋଣ ନେଇ ନାହାଁନ୍ତି। ଏହା ବ୍ୟତୀତ, ଖଓଉ ଏବଂ ଘଝଉ, ଡାକ ସଞ୍ଚୟ କିମ୍ବା ବୀମା ପରି ଅନ୍ୟ କୌଣସି ସରକାରୀ ଯୋଜନାରେ ବିନିଯୋଗ କରିନାହାଁନ୍ତି ଜ୍ଝ ତେବେ ତାଙ୍କ ପତ୍ନୀଙ୍କ ନାମରେ ପିପିଏଫ ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କା ଜମା କରାଯାଇଛି।

କେଜ୍ରିୱାଲଙ୍କ ଶିକ୍ଷାଗତ ଯୋଗ୍ୟତା।

ଆମେ ଆପଣଙ୍କୁ କହିରଖୁଛୁ ଯେ ୫୧ ବର୍ଷିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୯୮୯ ମସିହାରେ ଆଇଆଇଟି ଖଡଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ହେଉଛି ଚାନ୍ଦନୀ ଚୌକ। ତାଙ୍କ ପତ୍ନୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏକ୍ସାଇଜ୍ ପଲିସି ୨୦୨୧-୨୨ ରେ ହୋଇଥିବା ଅଭିଯୋଗରେ ଟଙ୍କା ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ନଅଟି ସମନ ଜାରି କରିଛି। ଗତ ବର୍ଷ ନଭେମ୍ବର ୨ ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିକଟକୁ ଇଡି ପ୍ରଥମ ସମନ ପଠାଇଥିଲା। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏହି ସମନ ଜାରି କରାଯାଇଛି। ଏହା ପ୍ରାୟ ୧୦୦ କୋଟି ଟଙ୍କାର ଅବକାରୀ ନୀତି ସହ ଜଡିତ ବୋଲି କୁହାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?