ନୂଆଦିଲ୍ଲୀ,୯ା୮: ୨୦୧୯ରୁ ୬ ବର୍ଷ ମଧ୍ୟରେ ଗୋଟିଏ ବି ନିର୍ବାଚନ ଲଢ଼ି ନ ଥିବା ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଥିବା ୩୩୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳକୁ ନିର୍ବାଚନ କମିଶନ (ଇସି) ଶନିବାର ତାଲିକାରୁ ବାଦ୍ ଦେଇଛନ୍ତି। ଏହି ଦଳଗୁଡ଼ିକର କୌଣସିଠାରେ କାର୍ଯ୍ୟାଳୟ ମଧ୍ୟ ନାହିଁ। ମୋଟ ୨,୮୫୪ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ମଧ୍ୟରୁ ୩୩୪ ବାଦ୍ ପଡ଼ିବା ପରେ ଏବେ ୨,୫୨୦ ଦଳ ରହିଛନ୍ତି। ବର୍ତ୍ତମାନ ୬ଟି ଜାତୀୟ ଦଳ ସହ ୬୭ଟି ରାଜ୍ୟ ଦଳ ରହିଛି। ଗତ ଜୁନ୍ରୁ ଇସି ୩୪୫ଟି ଦଳ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଶେଷରେ ୩୩୪ ଦଳଙ୍କୁ ତାଲିକାରୁ ବାଦ୍ ଦେଇଛି।

