‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’

ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର (ବିମୁଦ୍ରୀକରଣ) କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତର ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆକଳନ କରିଛନ୍ତି। ସେହିଭଳି ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୬-୭% ମଧ୍ୟରେ ବୃଦ୍ଧି ପାଇବ ବୋଲି ସେ ଆଶା କରିଛନ୍ତି।

ବିଶେଷ କରି ଭାରତରେ ବିମୁଦ୍ରୀକରଣର କୌଣସି ଆଶା ନାହିଁ, ଯଦିଓ ବିଶ୍ୱର ଅବସ୍ଥା (ଆର୍ଥିକ ମାନ୍ଦାବସ୍ଥା) ଦ୍ୱାରା ଦେଶର ଅଭିବୃଦ୍ଧି ନକାରାତ୍ମକ ଭାବେ ପ୍ରଭାବିତ ହୋଇପାରେ, ତଥାପି ଭାରତର ଅର୍ଥନୀତି ୨୦୨୩-୨୪ ଆର୍ଥିକ ବର୍ଷରେ ୬-୭% କୁ ଅଭିବୃଦ୍ଧି କରାଇବାରେ ସଫଳ ହେବୁ ବୋଲି କୁମାର ମତପ୍ରକାଶ କରିଛନ୍ତି। ସେହିପରି ଆମେରିକା, ୟୁରୋପ, ଜାପାନ ଏବଂ ଚାଇନା ଭଳି ଅଭିବୃଦ୍ଧିସମ୍ପନ୍ନ ଦେଶ ସାଙ୍ଗକୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ଅର୍ଥିନୀତି ଅସନ୍ତୁଳିତ ହେବ ବୋଲି ଆଶଙ୍କା କରାଯାଉଛି।

ଚଳିତ ବର୍ଷ ଅକ୍ଟୋବର ୬ରେ ବିଶ୍ୱବ୍ୟାଙ୍କ ୨୦୨୨-୨୩ ବର୍ଷର ଭାରତୀୟ ଅର୍ଥନୀତି ପାଇଁ ଅଭିବୃଦ୍ଧି ୬.୫%କୁ ଆକଳନ କରିଥିଲା। ଯାହାକି ୨୦୨୨ଜୁନ୍‌ ପୂର୍ବାନୁମାନରୁ ଏକ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି। ତେବେ ବିଶ୍ୱ ଅର୍ଥନୀତିକୁ ନେଇ ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆରା କହିଛନ୍ତି, ବିଶ୍ୱରେ ଅର୍ଥନୀତି ଆପେକ୍ଷିକ ଭବିଷ୍ୟତବାଣୀ ଜଗତରୁ ଏକ ଅନିଶ୍ଚିତତା ଆଡକୁ ଗତି କରୁଛି ଏବଂ ଖୁଚୁରା ମୁଦ୍ରାସ୍ପୀତି ଅଧିକ ସମୟ ପାଇଁ ୬ରୁ ୭% ମଧ୍ୟରେ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ତେବେ ଦେଶର ଅର୍ଥନୀତି ସ୍ଥିତିକୁ ନେଇ ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଅକ୍ଟୋବରରେ ରପ୍ତାନିର ନକାରାମତ୍କ ଅଭିବୃଦ୍ଧି ସହ ଏହା ସ୍ପଷ୍ଟ ଯେ ଉଭୟ ସାମଗ୍ରୀ ଏବଂ ସେବା ରପ୍ତାନିକୁ କିପରି ବିସ୍ତାର କରାଯିବ ସେ ନେଇ ଦେଶ ଏକ୍ଷେତ୍ରରେ ମଧ୍ୟ ପ୍ରକୃତ ନୀତି ଉପରେ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ଆମକୁ ରାଜ୍ୟରେ ନିର୍ଦ୍ଦିଷ୍ଟ ରପ୍ତାନି ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କାରଣ ସମଗ୍ର ଦେଶ ପାଇଁ ଗୋଟିଏ ରପ୍ତାନି ପ୍ରୋତ୍ସାହନ ନୀତି ରହିବ।

ଏପରିକି ଦେଶରେ ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଭାରତର ରପ୍ତାନି ନକାରାମତ୍କ ସ୍ଥିତିରେ ରହିଥିଲା। ତେଣୁ ଅକ୍ଟୋବରରେ ୧୬.୬୫% ହ୍ରାସ ପାଇ ୨୯.୭୮ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି ଏବଂ ବିଶ୍ୱ ବଜାରରେ ଚାହିଦା ହ୍ରାସ ହେତୁ ବାଣିଜ୍ୟ ନିଅଣ୍ଟ ୨୬.୯୧ବିଲିୟନ୍‌ ଡଲାରରେ ପହଞ୍ଚଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri