ଚିକିତ୍ସାରେ ଅର୍ଥାଭାବ, ବିଛଣାରେ ରୋଗାକ୍ରାନ୍ତ

ଅମରପାଲି,୩୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାନାଲି ଗ୍ରାମରେ ପଞ୍ଚାନନ ଛତ୍ରିଆ(୫୫)। ଏବେ ସେ ଅଜଣା ରୋଗରେ ଆକ୍ରାନ୍ତ। ଗତ ଦେଢ ମାସ ହେଲା ତାଙ୍କର ଉଭୟ ଗୋଡ କାମ କରୁ ନ ଥିବାରୁ ଚାଲି ବୁଲି ପାରୁନାହାନ୍ତି। ସବୁବେଳେ ବିଛଣାରେ ପଡି ରହିଛନ୍ତି। ଅର୍ଥାଭାବ ଯୋଗୁଁ ତାଙ୍କର ଚିକିତ୍ସା ହୋଇ ନ ପାରି ଘରେ ପଡି ରହିଛନ୍ତି।
ତିନି ମାସ ତଳେ ଦେହ ହାତ ଦରଜ ହେବାରୁ ପଞ୍ଚାନନ ବୀରମହାରାଜପୁର ଡାକ୍ତରଖାନା ଯାଇଥିଲେ। ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ ସେ ମଧୁମେହ ରୋଗରେ ପୀଡିତ ଥିବା ଡାକ୍ତର କହିଥିଲେ। ଔଷଧ ନେଇ ଘରକୁ ଫେରିବା ପରେ ରୋଗ କମିବା ପରିବର୍ତ୍ତେ ତାଙ୍କର ଦେହ ଜଳାପୋଡା ହେଲା। ପରେ ସେ ବୌଦ୍ଧ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। କିଛି ଦିନ ପରେ ତାଙ୍କର ଉଭୟ ଗୋଡ କାମ କଲାନାହିଁ। ଅର୍ଥାଭାବରୁ ସେ ଆଉ କୌଣସି ଡାକ୍ତରଖାନା ଯାଇ ପାରିନାହାନ୍ତି, ବିଛଣାର ପଡି ରହିଛନ୍ତି। ତାଙ୍କ ସ୍ତ୍ରୀ ତାଙ୍କୁ ବୋହି କରି ନେବା ଆଣିବା କରୁଛନ୍ତି। ନାମମାତ୍ର ଚାଷୀ ପଞ୍ଚାନନ କିଛି ଜମି ଚାଷ କରିଥିଲେ। ଏବେ ଧାନ କିପରି ଅମଳ କରିବେ ସେହି ଚିନ୍ତାରେ ପଡିଛନ୍ତି। ୩ଝିଅଙ୍କୁ ବିବାହ କରାଇ ସାରିଛନ୍ତି ପଞ୍ଚାନନ। ଏବେ ଅନ୍ୟ ୨ଝିଅ ଓ ଜଣେ ପୁଅ ଘରେ ଅଛନ୍ତି। ପୁଅ ରାଜାରାମଙ୍କୁ ୧୫ବର୍ଷ ହେଉଥିବା ବେଳେ ଝିଅ ସସ୍ମିତା(୧୪) ଓ ଅମ୍ରିତା(୩) ଅଛନ୍ତି। ପଞ୍ଚାନନଙ୍କ ବିପିଏଲ କାର୍ଡ ଅଛି। ରାଶନ ବାବଦକୁ ମିଳୁଥିବା ୨୦କେଜି ଚାଉଳରେ ଏବେ ପରିବାର ଚାଲୁଛି। ପଞ୍ଚାନନଙ୍କ ସ୍ତ୍ରୀ ପାର୍ବତୀ ମୂଲ ଲାଗି ପରିବାର ଚଳାଉଛନ୍ତି। ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ। ଏବେ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମଧ୍ୟ ଅର୍ଥର ଅଭାବ ରହିଛି। ଅର୍ଥାଭାବରୁ ସେ ଔଷଧ କିଣି ନ ପାରି ଏବେ ସେ ଚେରମୂଳି ଔଷଧ ବ୍ୟବହାର କରୁଛନ୍ତି। ତାଙ୍କୁ ଯଦି ତୁରନ୍ତ ଚିକିତ୍ସା କରାଯିବ ସେ ଭଲ ହୋଇଯିବେ ବୋଲି ପଞ୍ଚାନନ ପ୍ରକାଶ କରିଛନ୍ତି। ଏ ନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?