ଯୁଦ୍ଧରେ ଅର୍ଥନୀତି ପ୍ରଭାବିତ

ବ୍ୟାଙ୍କକ୍‌,୨୦।୧୧: ୟୁକ୍ରେନ୍‌ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପରିସମାପ୍ତି ଲାଗି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନେତାମାନେ ଆହ୍ବାନ ଦେଇଛନ୍ତି। କ୍ଷେତ୍ରୀୟ ଅର୍ଥନୀତିକୁ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଆଗେଇ ନେବା ଲାଗି ଶନିବାର ଏସିଆ-ପାସିଫିକ୍‌ ଇକୋନୋମିକ୍‌ କୋଅପରେଶନ ସମିଟ୍‌ ଶେଷ ଦିନରେ ୨୧ ସଦସ୍ୟ ରାଷ୍ଟ୍ରର ନେତାମାନେ ପ୍ରତିଜ୍ଞା କରିଥିଲେ। ରୁଷିଆ ଏବଂ ଚାଇନା ଏପିଇସି ସଦସ୍ୟ ରାଷ୍ଟ୍ର ହୋଇଥିବାବେଳେ ମସ୍କୋକୁ ସମାଲୋଚନାରୁ ବେଜିଂ ଦୂରେଇ ରହିଥିଲା। ଶେଷରେ ଏପିଇସି ନେତାଙ୍କ ଦ୍ୱାରା ଜାରି ଘୋଷଣାନାମାରେ ଯୁଦ୍ଧକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଥିବା ସ୍ବୀକାର କରାଯାଇଛି। ଏହି ଫୋରମ୍‌ ମୁଖ୍ୟତଃ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ କରାଯାଇଛି। ଏହା ବିବାଦ ସମାଧାନ କରିବା ମଞ୍ଚ ନୁହେଁ ବୋଲି ଘୋଷଣାନାମାରେ କୁହାଯାଇଛି। ତେବେ ବିଶ୍ୱ ଅର୍ଥନୀତି ଉପରେ ଯୁଦ୍ଧ ଓ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗ ଗୁରୁତର ପ୍ରଭାବ ପକାଉଥିବା କଥାକୁ ସ୍ବୀକାର କରାଯାଇଛି।

ଏସିଆ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ମଞ୍ଚର ଅଧିକାଂଶ ସଦସ୍ୟ ରୁଷିଆ ଯୁଦ୍ଧକୁ ନିନ୍ଦା କରିଥିଲେ। ଏହା ମାନବୀୟ ଯନ୍ତ୍ରଣା ବଢ଼ାଇବା ସହ ମୁଦ୍ରାସ୍ଫୀତି ବୃଦ୍ଧି କରିଛି। ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ଦେଖାଦେବା ସହ ଖାଦ୍ୟ ଅସୁରକ୍ଷା ଓ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି। ଇଣ୍ଡୋନେସିଆର ବାଲିଠାରେ ଶେଷ ହୋଇଥିବା ଜି୨୦ ସମିଟ୍‌ରେ ମଧ୍ୟ ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନିନ୍ଦା କରାଯାଇଥିଲା।

ଏପିଇସି ଚୂଡ଼ାନ୍ତ ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରଖିବାକୁ ଉଭୟ ନେତା ଆହ୍ବାନ ଦେଇଥିଲେ। ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା ମୁଣ୍ଡ ନ ଖେଳାଇବାକୁ ପୂର୍ବରୁ ଜିନ୍‌ପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କହିଥିଲେ। ତାଇଓ୍ବାନକୁ ନେଇ ଦୁଇ ଦେଶର ବାଣିଜ୍ୟ, ପ୍ରଯୁକ୍ତି ପ୍ରଭାବିତ ହୋଇଥିବାବେଳେ ପୁଣିଥରେ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ହୋଇଛି।

ଆୟୋଜନକାରୀ ରାଷ୍ଟ୍ର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରୟୁଥ୍‌ ଚାନୋଚା ଶନିବାର ସମିଟ୍‌ ଉଦ୍‌ଘାଟନ କରି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ବାଣିଜ୍ୟ ବଢ଼ାଇବା ଲାଗି ଏପିଇସି ଏଜେଣ୍ଡାକୁ ଆଗେଇ ନେବା ନିମନ୍ତେ ନେତାମାନଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ଉପରେ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଥିଲେ। ଏପିଇସି ଆନୁଷ୍ଠାନିକ କାର୍ଯ୍ୟସୂଚୀରେ ସୁରକ୍ଷା ପ୍ରସଙ୍ଗ ନ ଥିଲେ ମଧ୍ୟ ଉତ୍ତର କୋରିଆର ଘନଘନ ମିଶାଇଲ ପରୀକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଓ ସଦସ୍ୟ ରାଷ୍ଟ୍ରର ନେତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଶୁକ୍ରବାର କମଲା ହାରିସ୍‌ ଅଷ୍ଟ୍ରେଲିଆ, କାନାଡ଼ା, ଜାପାନ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ କୋରିଆ ନେତାମାନଙ୍କୁ ଅଲଗା ଅଲଗା ଭେଟି ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ବିରୋଧରେ ସ୍ବର ଉଠାଇବାକୁ ପ୍ରବର୍ତ୍ତାଇଥିଲେ। ଅନ୍ୟ ଏପିଇସି ସଦସ୍ୟ ରାଷ୍ଟ୍ର ହେଲେ ବ୍ରୁନେଇ, ଚାଲି, ହଂକଂ, ଇଣ୍ଡୋନେସିଆ, ମାଲେସିଆ, ମେକ୍ସିକୋ, ପାପୁଆ ନ୍ୟୁଗିନି, ପେରୁ, ଫିଲିପାଇନ୍ସ, ସିଙ୍ଗାପୁର, ତାଇଓ୍ବାନ ଏବଂ ଭିଏଟ୍‌ନାମ। ଆସନ୍ତା ବର୍ଷ ଆମେରିକା ପକ୍ଷରୁ ସାନ୍‌ ଫ୍ରାନ୍ସିସ୍କୋରେ ଏପିଇସି ସମିଟ୍‌ର ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri