ଅର୍ଥନୀତିଭିତ୍ତିକ କୃଷି ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ,୧୯।୬: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ ୧ ହଜାର ହେକ୍ଟରକୁ ଛୁଇଁପାରିନାହିଁ।ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ବହୁ ଅର୍ଥକରୀ ଫସଲର ଉତ୍ପାଦନ ଓ ବିକ୍ରି ପାଇଁ ଜଳ ପରିଚାଳନା ଏବଂ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନକୌଶଳ ପ୍ରଦାନ ସହିତ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍‌ କେନାଲର ଆବଶ୍ୟକ ଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଇଥିଲେ।ଦିନ ଥିଲା ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁଚାଷ ହେଉଥିଲା ା ନିକଟସ୍ଥ କୃଷ୍ଣଦାସପୁରରେ ଏକ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଏହି ଚିନିକଳ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ଏହି ଚାଷକୁ ନଷ୍ଟ କରିଛି ା ବୃହତ୍‌ ବଜାର ଅଭାବରୁ ପର୍ବପର୍ବାଣି ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଏହି ଚାଷ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଏବେ ଆଖୁଚାଷ କରି ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର ା ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତ ବର୍ଷ ମଜୁରି ବଢ଼ିଛି, ଜଳ ଯୋଗାଣରେ ଅସୁବିଧା ଲାଗି ଏଥର ଜମି ପଡ଼ିଆ ପଡ଼ିବାର ସମ୍ଭାବନା ରହିଛି ା ବଜାରରେ ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବାରୁ ବାଧ୍ୟହୋଇ ଦୁଇ ପୁଅ କର୍ମନିଯୁକ୍ତି ପାଇଁ ସୁରଟ ଯାଇଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନ ଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ ା ଦୀର୍ଘ ୨୭ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି ା ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। ହେଲେ କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ତଳମୁହଁା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ନ ହେଲେ ଚାଷୀ କ୍ଷତି ସହିବେ। ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, ଏହି ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା ା।ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ ା ସେହିପରି ବିଭିନ୍ନ ବ୍ଲକେଜ୍‌ ମାଧ୍ୟମରେ କ୍ଷେତକୁ ଜଳସେଚନ ହୋଇପାରିବ। ଏ ସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନ୍‌ରେ ଅଛି। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ରହିଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି ା ପୋଖରୀ, ପନିପରିବା, ଫଳଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri