ଭାରତରେ ବଢୁଛି ଆର୍ଥିକ ଅସମାନତା

ଡାଭୋସ୍‌,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି। ଗତ ୩ ଦଶନ୍ଧି ମଧ୍ୟରେ ଅସମାନତା ବ୍ୟବଧାନ ସର୍ବାଧିକ ବଢ଼ିଛି। ଏବେ ଭାରତର ୧ ପ୍ରତିଶତ ଅତି ଧନୀ ବ୍ୟକ୍ତିଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୪୦ ପ୍ରତିଶତରୁ ଅଧିକ ରହିଥିବାବେଳେ ତଳ ସ୍ତରରେ ଥିବା ଜନସଂଖ୍ୟାର ୫୦ ପ୍ରତିଶତଙ୍କ ପାଖରେ ମାତ୍ର ୩% ସମ୍ପତ୍ତି ରହିଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ସୋମବାର ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୩ତମ ବାର୍ଷିକ ବୈଠକ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଇଏଫ୍‌ର ବାର୍ଷିକ ଅସମାନତା ରିପୋର୍ଟର ‘ଭାରତ ସପ୍ଲିମେଣ୍ଟ’ ପ୍ରକାଶ ପାଇଛି। ଯଦି ଭାରତର ୧୦ ଜଣ ଅତି ଧନୀଙ୍କ ଉପରେ ୫ ପ୍ରତିଶତ ଟିକସ ଲଗାଯାଏ, ତେବେ ସେହି ଅର୍ଥରେ ଦେଶର ସବୁ ପିଲାଙ୍କ ସ୍କୁଲ୍‌ ପଢ଼ାଖର୍ଚ୍ଚ ଉଠାଯାଇପାରିବ ବୋଲି ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ କହିଛି। ଭାରତର ସବୁଠୁ ଧନୀ ଗୌତମ ଆଦାନୀଙ୍କର ୨୦୧୭ରୁ ୨୦୨୧ ମଧ୍ୟରେ ବଢ଼ିଥିବା ସମ୍ପତ୍ତି ଉପରେ ଯଦି ଏକକାଳୀନ ଟିକସ ଲଗାଯାଏ, ତେବେ ୧.୭୯ ଲକ୍ଷ କୋଟି ଟଙ୍କା ଉଠାଯାଇପାରିବ, ଯାହା ଦେଶର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ବର୍ଷେ ପର୍ଯ୍ୟନ୍ତ ନିଯୁକ୍ତି ଦେବାକୁ ଯଥେଷ୍ଟ ବୋଲି ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି।
‘ସର୍ଭାଇଭାଲ୍‌ ଅଫ୍‌ ଦି ରିଚେଷ୍ଟ’ ନାମକ ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଯଦି ଭାରତର ବିଲିଅନେୟାରମାନଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଉପରେ ଗୋଟିଏ ଥର ୨ ପ୍ରତିଶତ ଟିକସ ଲଗାଯାଏ, ତେବେ ଦେଶରେ ଅପପୁଷ୍ଟିର ଶିକାର ଲୋକଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିସାର ଯୋଗାଇବା ଲାଗି ଆବଶ୍ୟକ ୪୦,୪୨୩ କୋଟି ଟଙ୍କା ସଂଗୃହୀତ ହୋଇପାରିବ। ସେହିପରି ଦେଶର ୧୦ ଜଣ ଅତି ଧନୀଙ୍କ ଉପରେ ଗୋଟିଏ ଥର ୫ ପ୍ରତିଶତ ଟ୍ୟାକ୍ସ ଲଗାଗଲେ ୧.୩୭ ଲକ୍ଷ କୋଟି ଟଙ୍କା ସଂଗୃହୀତ ହେବ। ଏହା ଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ୨୦୨୨-୨୩ ବର୍ଷ ଲାଗି ଆକଳିତ ପାଣ୍ଠିର ଦେଢ଼ଗୁଣରୁ ଅଧିକ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗତ ଆର୍ଥତ୍କ ବର୍ଷର ବଜେଟ ୮୬,୨୦୦ କୋଟି ଟଙ୍କା ହୋଇଥିବାବେଳେ ଆୟୁଷ ମନ୍ତ୍ରଣାଳୟର ୩,୦୫୦ କୋଟି ଟଙ୍କା।
ଭାରତରେ କେବଳ ସମ୍ପତ୍ତି ଅସମାନତାରେ ଦ୍ରୁତ ବୃଦ୍ଧି ହୋଇଛି ତାହା ନୁହେଁ, ଲିଙ୍ଗଗତ ଅସମାନତା ମଧ୍ୟ ବଢ଼ିଛି। ସମାନ କାମ ପାଇଁ ଜଣେ ପୁରୁଷ କର୍ମଚାରୀଙ୍କୁ ଯେତିକି ପାରିଶ୍ରମିକ ମିଳୁଛି, ମହିଳା କର୍ମଚାରୀ ତା’ର ୬୩ ପ୍ରତିଶତ ପାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଅନୁସୂଚିତ ଜାତି ଏବଂ ଗ୍ରାମାଞ୍ଚଳ ଶ୍ରମିକମାନଙ୍କ କ୍ଷେତ୍ରରେ ଏହି ତାରତମ୍ୟ ଆହୁରି ବେଶି। ସେଠାରେ ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକ ୫୫ ପ୍ରତିଶତ ଆୟ କରୁଛନ୍ତି। ଅକ୍ସଫାମ୍‌ ରିପୋର୍ଟ ଅନୁଯାୟୀ କୋଭିଡ୍‌ ମହାମାରୀ ଆରମ୍ଭ ହେବାଠାରୁ ଗତବର୍ଷ ନଭେମ୍ବର ମଧ୍ୟରେ ଭାରତୀୟ ବିଲିଅନେୟାରମାନଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ବୃଦ୍ଧି ପାଇଛି, ଅର୍ଥାତ୍‌ ଦିନକୁ ବଢ଼ିଛି ୩,୬୦୮ କୋଟି ଟଙ୍କା। ଅନ୍ୟପକ୍ଷରେ ଦେଖିବାକୁ ଗଲେ ୨୦୨୧-୨୨ ବର୍ଷରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି)ରୁ ଆସିଥିବା ମୋଟ ୧୪.୮୩ ଲକ୍ଷ କୋଟି ଟଙ୍କାର ୬୪ ପ୍ରତିଶତ ଦେଶର ତଳ ସ୍ତରରେ ଥିବା ୫୦ ପ୍ରତିଶତଙ୍କଠାରୁ ଆସିଛି। ୧୦ ପ୍ରତିଶତ ଶୀର୍ଷ ଧନୀଙ୍କଠାରୁ ଜିଏସ୍‌ଟି ବାବଦରେ ସଂଗୃହୀତ ଅର୍ଥ ମୋଟ ଜିଏସ୍‌ଟିର ମାତ୍ର ୩ ପ୍ରତିଶତ। ୨୦୨୦ରେ ଭାରତରେ ବିଲିଅନେୟାରଙ୍କ ସଂଖ୍ୟା ୧୦୨ ଥିବାବେଳେ ୨୦୨୨ରେ ୧୧୬କୁ ବୃଦ୍ଧି ପାଇଥିବା ଅକ୍ସଫାମ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri