Posted inଫୁରସତ

ସେଣ୍ଟ୍ରାଲ ଏକ୍ସାଇଜ ଦ୍ୱାରା ଦେଶରେ ଆର୍ଥିକ ବିକାଶ

୧୯୪୪ ଫେବୃୟାରୀ ୨୪ରେ ଲାଗୁହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ ଏକ୍ସାଇଜ ଡେ ଭାବେ ପାଳନ କରାଯାଉଛି। ବିଶେଷକରି ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଦୁର୍ନୀତିକୁ ରୋକିବା ସହ ସ୍ବଚ୍ଛତା ବଜାୟ ରଖିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳଲକ୍ଷ୍ୟ। ଦେଶ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ(ସିବିଆଇସି)ର ସେବାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସରେ ଭଲ କାମ କରିଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥାଏ।
ପୂର୍ବରୁ ସେଣ୍ଟ୍ରାଲ ଏକ୍ସାଇଜ ଆଣ୍ଡ କଷ୍ଟମ୍ସ ଭାବରେ ଜଣାଶୁଣା ଥିଲା। କଷ୍ଟମ୍ସ ଆଇନ ପରିଚାଳନା ପାଇଁ କଷ୍ଟମ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ/କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରତିଷ୍ଠା କରାଯାଇଛି। ୨୦୧୭ ଜୁଲାଇ ୧ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରଠାରୁ ଏହା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ପରିସୀମା ହ୍ରାସ ପାଇଛି। ଏହା ଏବେ କେବଳ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଏବଂ ଟବାକୋ(ମାଦକଦ୍ରବ୍ୟ ସଂକ୍ରାନ୍ତୀୟ) ସାମଗ୍ରୀ ଉପରେ ଲାଗୁ ହେଉଛି।
ଏହି ବିଭାଗ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଅଧୀନରେ ଅଛି, ଯାହା କଷ୍ଟମ୍ସ ଆଦାୟ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି, କେନ୍ଦ୍ରୀୟ ଜିଏସ୍‌ଟି ଏବଂ ଆଇଜିଏସ୍‌ଟି, ଚୋରା ଚାଲାଣ ରୋକିବା ଏବଂ ନାର୍କୋଟିକ୍ସ(ନିଶା କାରବାର)ଜଡ଼ିତ ବିଷୟଗୁଡ଼ିକର ଟିକସ ପ୍ରଶାସନ ସମ୍ବନ୍ଧୀୟ ନୀତି ପ୍ରଣୟନ ସହିତ କାର୍ଯ୍ୟ କରୁଛି। ସିବିଆଇସି ଅଧୀନରେ କଷ୍ଟମ୍ସ, ସେଣ୍ଟ୍ରାଲ ଏକ୍ସାଇଜ, ସେଣ୍ଟ୍ରାଲ ଦ୍ରବ୍ୟ ଓ ସେବାକର, ଆଇଜିଏସ୍‌ଟି, ନାର୍କୋଟିକ୍ସ, କଷ୍ଟମ ହାଉସ, ସେଣ୍ଟ୍ରାଲ ଏକ୍ସାଇଜ ଏବଂ ସେଣ୍ଟ୍ରାଲ ଜିଏସ୍‌ଟି କମିଶନର, କେନ୍ଦ୍ରୀୟ ରାଜସ୍ବ ନିୟନ୍ତ୍ରଣ ଲାବରେଟୋରି ସମେତ ଅନ୍ୟାନ୍ୟ ବୋର୍ଡ ଏହାର ଅଧୀନ ସଙ୍ଗଠନଗୁଡ଼ିକ ପାଇଁ ପ୍ରଶାସନିକ ପ୍ରାଧିକରଣ ଭାବେ କାର୍ଯ୍ୟ କରୁଛି। ଏହି ଦିବସରେ ଦେଶରେ ବିଭିନ୍ନ ସ୍ଥାନରେ ସେମିନାର, କର୍ମଶାଳା, ଶିକ୍ଷାଗତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥାଏ। ଏହା ବ୍ୟତୀତ ସମ୍ପୃକ୍ତ ବିଭାଗ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ସେବା ପ୍ରଦାନକାରୀ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri