Categories: ଜାତୀୟ

ଚିରାଗ-ପାରସଙ୍କ ଲଢେଇ ଭିତରେ ଫ୍ରିଜ ହେଲା ଏଲ୍‌ଜେପିର ନିର୍ବାଚନ ଚିହ୍ନ

ପାଟନା,୨ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଚାଚା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢେଇର ପ୍ରଭାବ ଦଳ ଉପରେ ପଡୁଛି । ନିର୍ବାଚନ କମିଶନ ଚିରାଗ ପାଶୱାନ ଓ ଚାଚା ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢେଇକୁ ଦେଖି ଦଳର ନିର୍ବାଚନ ଚିହ୍ନକୁ ଶେଷ ରାୟ ଆସିବା ପର୍ଯ୍ୟନ୍ତ ଫ୍ରିଜ କରିଦେଇଛନ୍ତି । ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେତେବେଳେ ବିହାରରେ ଖାଲି ପଡିଥିବା ୨ଟି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ଚିରାଗ ପାଶୱାନ ନିକଟରେ ହେବାକୁ ଯାଉଥିବା ବିହାର ବିଧାନସଭାର ଉପନିର୍ବାଚନ (୨ଟି ଆସନ)ପାଇଁ ଦଳର ନିର୍ବାଚନ ଚିହ୍ନ ଉପରେ ନିଜର ଅଧିକାର ଥିବା ଦାବି କରିଥିଲେ । ଲୋକ ଜନଶକ୍ତି ପାର୍ଟିରେ ସଙ୍କଟ ସେତେବେଳେ ଦେଖାଦେଲା ଯେତେବେଳେ ଚଳିତ ବର୍ଷ ଜୁନରେ ୫ ଜଣ ଏମ୍‌ପି ଚିରାଗଙ୍କଠାର ଅଲଗା ହୋଇ ପଶୁପତିଙ୍କ ନିକଟକୁ ଚାଲିଗଲେ । ପରେ ପଶୁପତି ପାରସ ପାଟନାରେ ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କଲେ ।

Share