Categories: ଖେଳ

ଆଇପିଏଲ୍‌ରୁ ଓହରିଯିବାକୁ ଏହି ବୋଲରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର ଆଘାତଜନିତ ସମସ୍ୟାରେ ରହୁଥିବା ଏହି ବୋଲର ୨୦୨୪ର ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୨୨ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆର୍ଚରଙ୍କୁ ୮କୋଟି ଟଙ୍କାରେ କ୍ରୟ କରିଥିଲା। ଗତ ସପ୍ତାହରେ ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଲିଜ କରିଥିଲା। ଡିସେମ୍ବର ୧୯ରେ ଦୁବାଇରେ ହେବାକୁଥିବା ଆଇପିଏଲ୍‌ ନିଲାମି ପାଇଁ ପଞ୍ଜିକୃତ ହୋଇଥିବା ଖେଳାଳି ତାଲିକାରେ ତାଙ୍କ ନାମ ସ୍ଥାନ ପାଇ ନାହିଁ। ଗତ ମେ ମାସରେ ଆଇପିଏଲ ଖେଳୁଥିବା ବେଳେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା।

Share