Posted inଜାତୀୟ

ସ୍ବାଧୀନତା ହରାଇବେ ଇସି

ନୂଆଦିଲ୍ଲୀ,୧୩ା୧୨ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍‌ ଧ୍ୱନିମତରେ ଗୃହୀତ ହୋଇଯାଇଛି। ପ୍ରଚଳିତ ୧୯୯୧ର ଏ ସମ୍ପର୍କିତ ଆଇନ ପରିବର୍ତ୍ତେ ନୂଆ ଆଇନ ପ୍ରଣୟନ ପାଇଁ ଏହି ବିଧେୟକ ଅଣାଯାଇଛି। ଏଥିରେ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ପ୍ରକ୍ରିୟା, ଦରମା ବିଷୟ ସାଙ୍ଗକୁ ସେମାନଙ୍କ ପାଇଁ ଆଇନଗତ ସୁରକ୍ଷା ଆଦିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଏହା ସମ୍ବିଧାନକୁ ଉଲ୍ଲଂଘନ କରୁଥିବାରୁ ଇସିଙ୍କ ସ୍ବାୟତ୍ତତା ଦୁର୍ବଳ ହେବ ବୋଲି କଂଗ୍ରେସ ସମାଲୋଚନା କରିଛି। ଉକ୍ତ ବିବାଦୀୟ ବିଲ୍‌ ବଳରେ କାର୍ଯ୍ୟପାଳିକାକୁ ଅତ୍ୟଧିକ କ୍ଷମତା ପ୍ରଦାନ ଯୋଗୁ ନିର୍ବାଚନ କମିଶନଙ୍କ ସ୍ବାଧୀନତା ନୂ୍ୟନ ହୋଇଯିବ ବୋଲି ଦର୍ଶାଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ରାଜ୍ୟ ସଭାରେ ଚିଫ୍‌ ଇଲେକ୍ସନ କମିଶନର ଆଣ୍ଡ୍‌ ଅଦର ଇଲେକ୍ସନ କମିଶନର୍ସ (ଆପଏଣ୍ଟମେଣ୍ଟ, କଣ୍ଡିସନ୍ସ ଅଫ୍‌ ଦି ସର୍ଭିସ୍‌ ଆଣ୍ଡ ଟର୍ମ ଅଫ୍‌ ଅଫିସ) ବିଲ୍‌, ୨୦୨୩ ବିଚାର ଓ ଗୃହୀତ କରାଇବା ପାଇଁ ଆଗତ କରିଛନ୍ତି। ବିଧେୟକକୁ ଉପସ୍ଥାପନ କରି ମେଘଓ୍ବାଲ କହିଛନ୍ତି, ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଦେଇଥିବା ରାୟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ଆଇନ ଅଣାଯାଉଛି। ୧୯୯୧ର ଆଇନରେ ପରିବର୍ତ୍ତେ କରି ନୂଆ ଆଇନ ଆଣିବା ଲାଗି ଗତ ଅଗଷ୍ଟ ୧୦ରେ ଏହି ବିଲ୍‌ ଆଗତ କରାଯାଇଥିଲା। ତେବେ ଏହା ବିଚାରାଧୀନ ଥିବାରୁ ଗୃହୀତ ହୋଇ ନ ଥିଲା। ୧୯୯୧ର ଆଇନରେ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ସମ୍ପର୍କିତ କୌଣସି ନିୟମ ନ ଥିଲା। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ଉପରେ ସରକାର ନିଷ୍ପତ୍ତି ନେଇଆସୁଥିଲେ। କିନ୍ତୁ ଏବେ ଏକ ଅନ୍ବେଷଣ ଓ ଚୟନ କମିଟି ଗଠନ କରାଯାଇଛି। ସେହିପରି ସେମାନଙ୍କ ଦରମା ସମ୍ପର୍କରେ ମଧ୍ୟ ଉକ୍ତ ବିଲ୍‌ରେ ଏକ ସଂଶୋଧନ ଅଣାଯାଇଛି। କର୍ତ୍ତବ୍ୟରତ ସିଇସି ଏବଂ ଇସିମାନଙ୍କୁ ସେମାନଙ୍କ ବିରୋଧରେ ନିଆଯାଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବା ପାଇଁ ଏକ ନିୟମ ମଧ୍ୟ ଏହି ବିଧେୟକରେ ରଖାଯାଇଛି।
ଅନ୍ୟପକ୍ଷେ କଂଗ୍ରେସ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲା ଏନେଇ କହିଛନ୍ତି, ପ୍ରସ୍ତାବିତ ଆଇନ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ଏହାଦ୍ୱାରା ନିର୍ବାଚନ କମିଶନ କାର୍ଯ୍ୟପାଳିକା ଅଧୀନରେ ରହିବେ। ସେହିପରି ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ରହୁଥିବାରୁ ଏହା ଏକ ‘ଫମ୍ପା ଔପଚାରିକତା’ରେ ପରିଣତ ହୋଇଛି। ଇସିଙ୍କ ସ୍ବାଧୀନତା ନ ରହିଲେ ମୁକ୍ତ ଓ ଅବାଧ ନିର୍ବାଚନ କରାଯାଇପାରିବ ନାହିଁ। ଏପରି ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ବିଲ୍‌ ଆଗତ କରିଛନ୍ତି। ସୂର୍ଯ୍ୟଓ୍ବୋଲା ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଏକ ପାରା ପଢ଼ିବାକୁ ଯାଉଥିବାବେଳେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ଏଥିରେ ବାଧା ଦେଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସଦସ୍ୟ ରାଘବ ଚଢ଼ା ବିତର୍କରେ ଭାଗନେଇ କହିଥିଲେ, କିଛି ମାସ ଭିତରେ ସରକାର ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ପଲଟାଇବାକୁ ଉଦ୍ୟମ କରିଛନ୍ତି। ଏହା ସର୍ବୋଚ୍ଚ ଅଦାଲତଙ୍କ ପ୍ରତି ଅପମାନ। ଏହି ବେଆଇନ ବିଧେୟକ ସମ୍ବିଧାନ ମୌଳିକ ଢାଞ୍ଚା ବିରୋଧୀ। ସରକାରଙ୍କ ସହ ସବୁ କଥାରେ ହଁ ଭରୁଥିବା ଲୋକେ ଏହାଦ୍ୱାରା ଥଇଥାନ ହେବେ। ସେମାନେ ଚାହିଁଲେ ଭାଜପାର ସମ୍ବିତ ପାତ୍ରଙ୍କୁ ମଧ୍ୟ ସିଇସି ନିଯୁକ୍ତ କରିପାରିବେ। ସେ ସିଇସି ହୋଇଗଲେ କେତେ ବିପଜ୍ଜନକ ହେବ ବୋଲି ଚଢ଼ା କହିଥିଲେ। ତୃଣମୂଳ କଂଗ୍ରେସ ସଦସ୍ୟ ଜହାର ସିରକାରଙ୍କ ମତରେ ସିଇସି ଏବଂ ଇସିମାନଙ୍କ ପାହ୍ୟାକୁ ଜାଣିଶୁଣି କ୍ୟାବିନେଟ୍‌ ସଚିବ ପଦଠୁ ତଳକୁ ଖସାଯାଉଛି। ସେମାନେ ଏପରି କରି ରିଗିଂକୁ ଆଇନଗତ ବୈଧତା ପ୍ରଦାନର ଉଦ୍ୟମ ଚଳାଇଛନ୍ତି। ଡିଏମ୍‌କେର ତିରୁଚି ଶିବା ମଧ୍ୟ ବିଲ୍‌କୁ ବିରୋଧକରି ଏହାକୁ ସିଲେକ୍ଟ କମିଟି ନିକଟକୁ ସମୀକ୍ଷା ପାଇଁ ପଠାଯାଉ ବୋଲି ଦାବି କରିଥିଲେ। ବିଜେଡି ସଦସ୍ୟ ଅମର ପଟ୍ଟନାୟକ ବିଲ୍‌ ସପକ୍ଷରେ କହିଥିଲେ, ନୂଆ ନିଯୁକ୍ତି ପ୍ରକ୍ରିୟା ଯୋଗୁ ଇସିଙ୍କ କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ୧୯୮୯ ପରେ ଦେଶରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇ ନ ଥିଲେ ମଧ୍ୟ କମିଶନମାନେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିଆସୁଥିଲେ। ତେବେ ବର୍ତ୍ତମାନ ଅଣାଯାଇଥିବା ବିଲ୍‌ରେ କମିଶନରଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କିତ ନିୟମ ଉପରେ ଅମର ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହାର ଜବାବରେ ମେଘଓ୍ବାଲ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ଏହି ବିଧେୟକ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri