Categories: ଜାତୀୟ

ଭାଜପା ନେତା ଉପରେ ଲାଗିଲା ପ୍ରଚାର ଅଙ୍କୁଶ

ନୂଆଦିଲ୍ଲୀ,୨।୪: ନିର୍ବାଚନ କମିଶନ ଶୁକ୍ରବାର ଆସାମର ପ୍ରଭାବଶାଳୀ ମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟିଆ ଅଙ୍କୁଶ ଲଗାଇଛନ୍ତି । ସେ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଅଧ୍ୟକ୍ଷ ହାଗ୍ରାମା ମୋହିଲାରିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଏନ୍‌ଆଇଏ ଜରିଆରେ ତାଙ୍କୁ ଜେଲ୍‌କୁ ପଠାଇଦେବେ ବୋଲି ଧମକ ଦେଇଥିଲେ। ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଆସାମରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଛି।

Share