Posted inଜାତୀୟ

ଇସିଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ: ଟିଏମ୍‌ସି

କୋଲକାତା, ୧୫।୪: ନିର୍ବାଚନ କମିଶନ (ଇସି) ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍‌ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଏହା ଜଣାଇଛି। ଟିଏମ୍‌ସି ଏବଂ ଭାଜପାର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଦୁଇ ପୃଷ୍ଠାର ପତ୍ରରେ ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି। ସମ୍ବିଧାନ ଅନୁଯାୟୀ ନିର୍ବାଚନ କମିଶନ ଏକ ସ୍ବାଧୀନ ତଥା ନିରପେକ୍ଷ ଅନୁଷ୍ଠାନ। ତେବେ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟ କରିବାର ଢଙ୍ଗ ନିନ୍ଦନୀୟ ବୋଲି ଟିଏମ୍‌ସି କହିଛି। ଚଳିତ ନିର୍ବାଚନରେ ଏହା ପକ୍ଷପାତ ମନୋବୃତ୍ତି ପୋଷଣ କରିବା ସହ ଭାଜପା ସପକ୍ଷରେ ନିଷ୍ପତ୍ତି ନେଉଛି। ଇସିଙ୍କ ଏଭଳି ବେଆଇନ କାର୍ଯ୍ୟର ଉପଯୁକ୍ତ ଜବାବ ପଶ୍ଚିମବଙ୍ଗର ଜନସାଧାରଣ ଦେବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri