ଅତ୍ୟଧିକ ମିଠା ଖାଉଥିଲେ…

ମିଠା ଏପରି ଏକ ଜିନିଷ, ଯାହାକୁ ଦେଖିବା ମାତ୍ରେ ଅଧିକାଂଶ ବ୍ୟକ୍ତିଙ୍କର ପାଟିରୁ ଲାଳ ଗଡ଼ିଥାଏ। ଏପରି ଖାଦ୍ୟ ବେଶ୍‌ ସ୍ବାଦିଷ୍ଟ ଏକଥା ସତ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ପରୋକ୍ଷରେ ଡାକିଆଣିଥାଏ। ଅତ୍ୟଧିକ ମିଠା ଖାଇବା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଅତ୍ୟଧିକ ମିଠା ଖାଇବା ଏବଂ ମସ୍ତିଷ୍କର କାର୍ଯ୍ୟଧାରା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଅତ୍ୟଧିକ ମିଠା ଖାଉଥିବା ବ୍ୟକ୍ତିମାନଙ୍କର ମସ୍ତିଷ୍କର କାର୍ଯ୍ୟଧାରାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା ପରେ ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ।