ଗ୍ରାସୁଛି ପଲିଥିନ୍‌ ବିଷ

ଦଶରଥପୁର,୬।୭(ମନୋଜ ପୃଷ୍ଟି):ପଲିଥିନ୍‌, ଜରି, ପ୍ଲାଷ୍ଟିକ୍‌ରେ ନିର୍ମିତ କପ୍‌ ଓ ଚାମଚ ଆଦିର ବ୍ୟବହାର ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ୪୦ ମାଇକ୍ରୋନ୍‌ ମୋଟେଇରୁ କମ୍‌ ଏବଂ ରିସାଇକେଲିଂ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏହି ଆଇନକୁ ଯଦି କୌଣସି ବ୍ୟବସାୟିକ ଅନୁଷ୍ଠାନ କିମ୍ବା ସାଧାରଣ ଲୋକ ଭଙ୍ଗକରନ୍ତି ପରିବେଶ ପ୍ରଦୂଷଣ ସୁରକ୍ଷା ଆଇନ ବଳରେ ସମ୍ପୃକ୍ତ ବ୍ୟବସାୟୀ ହୁଅନ୍ତୁ ଅବା ସାଧାରଣ ଲୋକ ୫ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। କେତେକ ବଡ଼ ବଡ଼ ସହରରେ ସରକାରଙ୍କ ଏହି ନିୟମ କଡ଼ାକଡ଼ି ପାଳନ କରାଯାଉଥିବାବେଳେ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ଗ୍ରାମାଞ୍ଚଳର ଲୋକଙ୍କୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ର ପରିବେଶ ପ୍ରତି ଅପକାରିତା ସମ୍ପର୍କରେ ମଧ୍ୟ ସଚେତନ କରାଯାଉନାହିଁ। ଫଳରେ ଅଞ୍ଚଳରେ ପଲିଥିନ୍‌ ବିଷ ଗ୍ରାସୁଛି ବୋଲି ଅଭିଯୋଗ ହେଉଛି।
ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଞ୍ଚଳରେ ଛୋଟବଡ଼ ୨୫ରୁ ଊର୍ଦ୍ଧ୍ୱ ଛକବଜାର ରହିଥିବାବେଳେ ଦୈନିକ ଏହି ଛକବଜାରରୁ କୁଇଣ୍ଟାଲ କୁଇଣ୍ଟାଲ ବର୍ଜ୍ୟବସ୍ତୁଭାବେ ପଲିଥିନ୍‌, ପ୍ଲାଷ୍ଟିକ୍‌ କପ୍‌ ଓ ଚାମଚ ଆଦି ବାହାରୁଛି। ଏହା ପରିବେଶ ଲାଗି ବିଷ ସଦୃଶ ବୋଲି ସ୍ଥାନୀୟ ଅଞ୍ଚଳର ଯୁବ ପରିବେଶବିତ୍‌ ବ୍ରହ୍ମାନନ୍ଦ ପଣ୍ଡା ମତ ଦିଅନ୍ତି। ଏହି ବଜ୍ୟବସ୍ତୁର ପ୍ରଦୂଷଣ ମଣିଷକୁ ମହାମାରୀ ଆଡ଼କୁ ଠେଲିନେଉଛି। ଏହା ଉପରେ ସଚେତନ କରା ନ ଯିବା ଓ ଏହାର ବ୍ୟବହାର ଉପରେ ଅଙ୍କୁଶ ନ ଲଗାଯିବା ଆଗାମୀ ଦିନ ଲାଗି ଭୟଙ୍କର ପରିସ୍ଥିତିକୁ ମଣିଷ ସାମ୍ନାକରିବାକୁ ବାଧ୍ୟ ହେବ ବୋଲି ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ଗୋପାଳ ମିଶ୍ର ମତଦେଇଛନ୍ତି। ବ୍ଲକ୍‌ ଅଞ୍ଚଳରେ କେତେକ ଦେବ ଓ ଶକ୍ତିପୀଠରେ ବାର୍ଷିକ ଉତ୍ସବ ସମୟରେ ମେଳା ଯାତ୍ରା ଆଦି ପଡୁଥିବାବେଳେ ଏଠାରେ ଦୈନିକ ବଜ୍ୟବସ୍ତୁ ବାହାରିଥାଏ। ମେଳା,ମହୋତ୍ସବ ସରିବା ପରେ ମଧ୍ୟ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ସଫେଇ ହୋଇ ନ ଥାଏ। ସେହିସବୁ ବସ୍ତୁ ପବନରେ ଉଡ଼ି ବର୍ଷାପାଣିରେ ପୋଖରୀ ନାଳ, ଚାଷଜମିରେ ପ୍ରବେଶ କରିଥାଏ। ଉଦାହରଣ ସ୍ବରୂପ ବ୍ଲକ୍‌ ଅଞ୍ଚଳରେ ଥିବା କୁଅଁାଶ ମଙ୍ଗଳା ପୀଠ, ମା’ଜାଡୁଆଦେବୀ ପୀଠ, ସିଦ୍ଧେଶ୍ୱର ପୀଠ, ବାଘୁଆଶୁଣୀ ପୀଠ। ଏହାକୁ ଛାଡ଼ିବାପରେ ମଙ୍ଗଳପୁର ବଜାର ସଂଲଗ୍ନ ବିଜୁ ଗ୍ରାମୀଣ ବଜାର ପଡ଼ିଆଠାରେ ୧୨ମାସରେ ୧୩ ପର୍ବ ହୋଇଥାଏ। କେତେବେଳେ ରାଜନୈତିକ ଦଳଗୁଡ଼ିକର ସଭାସମିତି ତ କେତେବେଳେ ମିନାବଜାର ଆଉ କେତେବେଳେ ଅପେରା ପାର୍ଟି ସରିବାପରେ ଏଠାରେ ଜରି ପଲିଥିନ୍‌, ଚା’ କପ, ୱାନ୍‌ ଚାନ୍‌ସ ଗ୍ଲାସ୍‌ ଆଦି ପଡ଼ିଥାଏ। ବ୍ଲକ୍‌ର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ମଙ୍ଗଳପୁର ବଜାର ଏବଂ ଝୁମ୍ପୁରୀ ବଜାରଠାରେ ବଜ୍ୟବସ୍ତୁ ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଦୈନିକ ବଜ୍ୟବସ୍ତୁକୁ ବ୍ୟବସାୟୀ ଓ ସାଧାରଣ ଜନତା ଏଣେତେଣେ ପକାଇବା ଲାଗି ବାଧ୍ୟ ହେଉଛନ୍ତି। ଫଳରେ ଅଞ୍ଚଳରେ ପ୍ରଦୂଷଣ ବଢୁଛି। ଏହାଦ୍ୱାରା ଅଞ୍ଚଳରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବ ସଂଖ୍ୟାକୁ ଅନୁଧ୍ୟାନକଲେ ୧୦ ବର୍ଷ ମଧ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ୧୦ ଗୁଣ ଅତିକ୍ରମ କରିଥିବା ଯାଜପୁର ମୁଖ୍ୟ ଚିକିତ୍ସାଳୟର କ୍ୟାନ୍‌ସର ରେକର୍ଡ ରୁମ୍‌ ସୂଚନାରୁ ଜଣାଯାଇଛି। ତେଣୁ ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ସାମାଜିକ କର୍ମୀ ଶରତ ଚନ୍ଦ୍ର ସେଠୀ, ଭରତ ମଲ୍ଲିକ, ସୌଭାଗ୍ୟ ରଞ୍ଜନ ପୃଷ୍ଟି, ଦିବାକର ଦଳାଇ ଓ କାହ୍ନୁଚରଣ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri