ମଟର ଖାଉଥିଲେ…

ମଟର ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହାକୁ ଖାଇବା ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌ କେ’, ଭିଟାମିନ୍‌ ସି, ଫସ୍‌ଫରସ୍‌ ସହିତ ଅନେକ ପୋଷକତତ୍ତ୍ୱ ରହିଥାଏ । ଭିଟାମିନ୍‌ ବି ୧, ଓ ଭିଟାମିନ୍‌ ବି ୬ ମଧ୍ୟ ରହିଥାଏ।
ତେବେ ଜାଣନ୍ତୁ ମଟର ଖାଇବା ଫଳରେ କେଉଁସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

* ମଟର ଖାଇବା ଫଳରେ ହୃତ୍‌ପିଣ୍ଡ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ମଟର ତରକାରି ଖାଇବା ଫଳରେ ହୃଦ୍‌ଘାତ ଆଶଙ୍କା କମ୍‌ ହୋଇଥାଏ। ତେଣୁ ସପ୍ତାହରେ ଦୁଇଥର ମଟର ଛୁଇଁଖାଇବା ଜରୁରୀ। ଏହା ସହ ଏଥିରେ ଥିବା ଭିଟାମିନ୍‌ ସି ପାଚନତନ୍ତ୍ରକୁ ସକ୍ରିୟ କରାଇଥାଏ।

* ଗବେଷଣାରୁ ମଧ୍ୟ ଜଣାପଡ଼ିଛି ଯେ, ମଟର ଖାଇବା ଫଳରେ ପେଟ କ୍ୟାନ୍‌ସର ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। ଏତଦ୍‌ବ୍ୟତୀତ ମେଦବହୁଳତା ସମସ୍ୟାରୁ ମୁକ୍ତି ପାଇବା ସହ ଓଜନ୍‌ କମ୍‌ କରିଥାଏ। ଶରୀରରୁ କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ।

* ଏଥିରେ ପ୍ରୋଟିନ୍‌ ପରିମାଣ ଅଧିକ ଥିବାରୁ ହାଡ଼କୁ ଶକ୍ତ କରାଇଥାଏ।

* ଫାଇବର ପରିମାଣ ଥିବାରୁ ତ୍ୱଚା ଓ ଦୃଷ୍ଟିଶକ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ।