Categories: ଫୁରସତ

ହୋଟେଲରେ ଖାଇବା ବିଲ୍‌ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ‌ ଦେଲେ ୩ ଲକ୍ଷ

ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍‌ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ ଯାଇ ବିଲ୍‌ଠାରୁ ଅଧିକ ଟିପ୍ସ ଦେଇ ଏବେ ଚର୍ଚ୍ଚାରେ। ଘଟଣାଟି ପେନସିଲଭାନିଆର।

ବନ୍ଧୁମାନେ ମିଶି ରେଷ୍ଟୁରାଣ୍ଟରେ ଖାଇବା ପରେ ୨୦୫ ଡଲାର ଅର୍ଥାତ ପ୍ରାୟ ୧୫ହଜାର ବିଲ୍‌ ଆସିଥିଲା। ହେଲେ ସେମାନେ ୫ହଜାର ଡଲାର ଅର୍ଥାତ ୩.୬୭ ଲକ୍ଷ ଟଙ୍କା ଟିପ୍ସ ଦେଇଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଓ୍ବେଟର ଏହା ଜାଣିବା ପରେ ଅନ୍ୟମାନଙ୍କୁ ଜଣାଇଥିଲେ। ପରେ ରେଷ୍ଟୁରାଣ୍ଟରେ ଉପସ୍ଥିତ ଲୋକମାନେ ଲକ୍ଷାଧିକ ଟଙ୍କାର ଟିପ୍ସ‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶେଷରେ ଫେସବୁକ୍‌ରେ ପୋଷ୍ଟ କରି ହୋଟେଲ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।

Share