Posted inଫୁରସତ

ମଉଜ ମାନସିକତାରେ ଶିଳ୍ପୀ ଗଢ଼ିଥିଲେ ବିଶ୍ୱର ବିସ୍ମୟ

ନମସ୍ୟା ସେଇ ନାରୀ ଶ୍ରମିକମାନେ। ପିଲା ପରିବାରଙ୍କୁ ଛାଡ଼ି ଯେମିତି ସମୟକୁ ଖାତିର ନ କରି ଶ୍ରମଦାନ କରିଥିଲେ ତାହା ଜାଣିବା ପରେ ମନରେ ବିସ୍ମୟ ସୃଷ୍ଟି ହୁଏ। ଆମେ ‘ଦାନ’ ଶବ୍ଦ ଲେଖିଲୁ ସେଥିପାଇଁ ମନକୁ ପ୍ରଶ୍ନ ଆସିବ ବର୍ତ୍ତନ ତ ନେଉଥିଲେ, ଶ୍ରମର ପାଉଣା ତ ନେଉଥିଲେ, ପୁଣି ଶ୍ରମଦାନ କ’ଣ କଲେ! ଆମେ ତନ୍ନ ତନ୍ନ କରି ଅନୁସନ୍ଧାନ କରିଛୁ ଏହା ଉପରେ। କାରଣ ପାଉଣା ତ ନେଉଥିଲେ! ମନ୍ଦିର ନିର୍ମାଣ ଏପରି କାମ, ନିର୍ଦ୍ଦିଷ୍ଟ କାମକୁ ସାରିବାକୁ ହେବ। ଚୂନପଥର ଅଧା ପକାଇ ଯାଇ ହେବ ନାହିଁ, ଭାଟିରେ ଲୁହା ତରଳିବାର ସମୟ ଅଛି। ତରଳିବା ପର୍ଯ୍ୟନ୍ତ ତେଲ ଢାଳିବାକୁ ହେବ। ଗାଈଦୁହଁା ସରିବା ପରେ ଜଣେ ଯିବ। ଅଧା ଦୁହଁା ହେଇଥିବ, ସୂର୍ଯ୍ୟ ନଇଁଲେଣି କହି କାମ ଛାଡ଼ି ଯାଇ ହେବନି। କାମ ସାରିବାକୁ ହେବ। ଏଇ ଯେଉଁ ମାନସିକତା, ତ୍ୟାଗ, ନିଷ୍ଠା, ତା’ର ପାଉଣା ଅଛି କି !
ଠିକା ଛିଡ଼ିଲା ଛ’ ମାସରେ ଦ୍ୱାରବନ୍ଧ କାମ ସରିବ। ଚାରିଜଣ ଶିଳ୍ପୀ ଓ ୩ଜଣ ସୁଆଁସିଆ ଏହି ଦଳରେ ଥିଲେ। ନା ଶିଳ୍ପୀ ନା ଶ୍ରମିକ, ଛ’ ମାସ ଧରି ଗଁାକୁ ଯାଇ ହେନଟେନ କରିପାରିବେ କି? ହିଙ୍ଗିଲିମିଠେଇ ଖାଇ ହେକୁଟି ମାରି ପଶାପାଲି ଖେଳିପାରିବେ କି? ସେମାନେ ନିଜ ତରଫରୁ ଛ’ ମାସ ସମୟ ଧାର୍ଯ୍ୟ କରିଛନ୍ତି। କାମ ସାରିବାକୁ ହେବ। ଦାୟିତ୍ୱ ତୁଲାଇବାକୁ ହେବ।
ସେହିପରି ପଥରରେ ଶତାଧିକ ଶିଳ୍ପୀ ସୂଚୀକାମ କରୁଥିଲେ। ଏକାଗ୍ରତା ଜରୁରୀ। ମନ-ମଉଜ ବି ଜରୁରୀ। ଶିବିରରୁ ଖାଦ୍ୟ ଖାଇ କାମକୁ ଆସିଲେ, ମଝିରେ ପାଣି, ପାନ ବି ଦରକାର। ସେତେବେଳେ ପାଣି ବୋତଲ ମିଳୁ ନ ଥିଲା କି ପାନଦୋକାନ କୋଣାର୍କ ବାଲିପନ୍ତରା ଝାଉଁ ଜଙ୍ଗଲରେ ନ ଥିଲା। ଗଜପତି ଏ କଥା ବୁଝିଥିଲେ। କାମ ଆରମ୍ଭ ଦିନରୁ ବିଶେଷ ଯାନିଯାତ୍ରାରେ ଆଉରି କେତେଖଣ୍ଡ ଅଧିକ ପାନ ମହାପ୍ରଭୁଙ୍କୁ ସମର୍ପଣ ହୁଏ। ମହାପ୍ରଭୁଙ୍କୁ ସମର୍ପଣ କରାଯାଉଥିବା ପାନରେ ଚୂନ ଲଗାଯାଏ ନାହିଁ। ତେଣୁ ଆମେ ବିଚାର କରିବା କଥା ଗଜପତିଙ୍କ ଗୋଚରରେ ପାଣି ଓ ପାନ ଯୋଗାଇବା ବ୍ୟବସ୍ଥା ହୋଇଥିଲା।
କେତୋଟି ନାଟକ କୋଣାର୍କକୁ ନେଇ ଲେଖାଯାଇଛି। ନାଟ୍ୟକାରମାନେ ଶିଳ୍ପୀଙ୍କ ଉପରେ ଅକଥନୀୟ ଅତ୍ୟାଚାରର ଦୃଶ୍ୟ ଦର୍ଶକଙ୍କ ଭାବାବେଗ ଜିତିବାକୁ ରୂପ ଦେଇଛନ୍ତି। ଆମେ ତ ପୋଥି ବର୍ଣ୍ଣନା ଦେଖୁଛେ। ଏହା ଅକଥନୀୟ ଅତ୍ୟାଚାରର ନମୁନା ନା ଗେଲବସରର ନମୁନା! ପାଉଣା ନେବେ, ଜଳଖିଆ ସହିତ ଦୁଇ ବେଳା ଖାଇବେ, ଦୁଧ, ଦହି, ଛେନା ଓ ଘିଅର ବ୍ୟବସ୍ଥା ହୋଇଛି, କାମ ଉପରେ ପାଣି ଓ ପାନ ଯୋଗାଇ ଦିଆଯିବ, ଇୟେ କ’ଣ ଅତ୍ୟାଚାର!
ଆମେ ଆଗକୁ ଆହୁରି ଦେଖିବା ପୂନିଅଁ ପର୍ବରେ ଭୋଜିଭାତ ଓ ଜନ୍ତାଳର ବ୍ୟବସ୍ଥା କିପରି ଗଜପତି ନିଜେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଜାତି ମଉଜିଆ ଜାତି। ଭୋଜି ଭାତ ମଉଜର ତାଳେ ତାଳେ ବିଶ୍ୱର ବିସ୍ମୟପୂର୍ଣ୍ଣ କଳାକୃତି ଗଢ଼ିଦେଇଥିଲେ। ଅତ୍ୟାଚାରରେ ନୁହେଁ।
କାମ ସମୟରେ ଅଘଟଣ ବି ଘଟିଛି। ମୁଖ୍ୟ ମନ୍ଦିରର ପଶ୍ଚିମପଟେ ସୂର୍ଯ୍ୟଙ୍କର ଏକ ପ୍ରତିମା ସ୍ଥାପନ ହେବାର ସ୍ଥିର ହୋଇଥିଲା। ପ୍ରତିମାଙ୍କୁ ଫାଶିକାଠର ମଞ୍ଚା ଉପରକୁ ୧୭ଜଣ ଶ୍ରମିକ ଉଠାଇଲାବେଳେ ଦାମ ଜେନା ମଞ୍ଚାରୁ ଖସିପଡ଼ିଥିଲେ। ମୁଣ୍ଡ ମାଡ଼ ହୋଇଗଲା। ସେ ଚାଲିଗଲେ। ଡକାହେଲା ତାଙ୍କ ପୁଅ ରଘୁଆ ଜେନାଙ୍କୁ। ଜୀବନସାରା ଚଳିବା ପାଇଁ ‘ଘଟ-ପୋଷାକ’ ଦିଆଗଲା। ଆଦେଶ ହେଲା ବାଲି ନୂଆଗଁାରେ ଦଶଗୁଣ୍ଠ ଜମି ଦିଅ ରଘୁଆକୁ। ଅଘଟଣକୁ ଅବହେଳା କରାଯାଇ ନାହିଁ। ଦାୟିତ୍ୱର ସହ ନିର୍ବାହ କରାଯାଇଛି। ପିଇବା ପାଣି ଯୋଗାଇବା ପାଇଁ ଶ୍ରମିକ ନିଯୁକ୍ତ କରିଥିଲେ। କାମ ସୁରୁଖୁରୁରେ ସମ୍ପନ୍ନ ହେଉ, ପାଣି ପିଇବା ପାଇଁ ଥରକୁ ଥର କାମରୁ ଶିଳ୍ପୀ ନ ଉଠନ୍ତୁ, ତାଙ୍କର ଏକାଗ୍ରତା ନଷ୍ଟ ନ ହେଉ, ଏୟା ହିଁ ଚିନ୍ତାଧାରା। କାମ ବିକ୍ଷିପ୍ତ ଭାବରେ ବ୍ୟାପକ ଅଞ୍ଚଳରେ ହେଉଥିଲା। ତେଣୁ ପାଣି ସହିତ ପାନ ଯୋଗାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ସୁଆଁସିଆଙ୍କୁ ନିଯୁକ୍ତ କରାଯାଇଥିଲା।
କେବଳ ରୂପାସ-ଗଡ଼ ଶିବିରରେ ୩୧୨ଜଣ ସୁଆଁସିଆ ରହୁଥିଲେ, ଦୁଆଇ ଶିବିରରେ ୧୦୮ ଜଣ ରହୁଥିଲେ। ହଜାର ହଜାର ଲୋକ କାମରେ ଲାଗିଥିଲେ। ପାଣି ଯୋଗାଇବା ଓ ପାନ ଭାଙ୍ଗି ଯୋଗାଇବା ସହଜ କଥା ନୁହେଁ। ଆମେ ଏଥିରୁ ବୁଝୁଛେ ଶିଳ୍ପୀ ନିଶ୍ଚୟ ଓଡ଼ିଆ ଥିଲେ। ଓଡ଼ିଆ ଯେପରି ପାନ ଖାଆନ୍ତି ଏବଂ ଆପଣାର ମହାପ୍ରଭୁଙ୍କୁ ପାନ ଖୁଆନ୍ତି ତାହା ଭାରତରେ ବିରଳ।
ପ୍ରତିଦିନ ବଲ୍ଲଭ ପୂଜାପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ୨ଟି ଲେଖାଏଁ ୬ଟି ପାନ, ସକାଳ ଧୂପ ପରେ ୬ଟି ପାନ, ଦ୍ୱିପ୍ରହର ଧୂପ ପରେ ୬ଟି ପାନ, ସନ୍ଧ୍ୟା ଧୂପ ପରେ ୬ଟିପାନ, ବଡ଼ସିଂହାର ବେଶ ପରେ ୬ଟି ପାନ, ପହୁଡ଼ ପରେ ପଲଙ୍କ ତଳେ ରଖାଯାଏ ୬ଟି ପାନ, ଚନ୍ଦନଯାତ୍ରା ସମୟରେ ଚନ୍ଦନ ମଣ୍ଡପରେ ୫୦ ଖଣ୍ଡ ପାନ ଏପରି ମୋଟ ୮୬ ଖଣ୍ଡ ଠାକୁରଙ୍କୁ ଲାଗି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri