ଚପଲ ପିନ୍ଧି ଖାଇଲେ ମହାପ୍ରସାଦ

ପୁରୀ, ୨ା୧( ଅଜିତ୍‌ ମହାନ୍ତି):ନୂଆବର୍ଷରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେତେଜଣ ଭକ୍ତ ବଡ଼ଦାଣ୍ଡରେ ଠିଆହୋଇ ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା, ତାଙ୍କ ସହ ଜଣେ ଯୁବତୀ ଓ ପୁରୁଷ ରାସ୍ତାରେ ଠିଆ ହୋଇ ହାତରେ ଖଲିପତ୍ର ଧରି ମହାପ୍ରସାଦ ସେବନ କରୁଛନ୍ତି। ଏପରିକି ଚପଲ ପିନ୍ଧିଛନ୍ତି, ଯାହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ମହାପ୍ରସାଦକୁ ବ୍ରହ୍ମ ସହ ତୁଳନା କରାଯାଉଥିବା ବେଳେ ଏପରି କାର୍ଯ୍ୟକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି।