Posted inଫୁରସତ

ବିସ୍କୁଟ ଖାଇବେ, ୪୦ଲକ୍ଷ ଦରମା ପାଇବେ

ସାରା ଦୁନିଆରେ ଅନେକ ପ୍ରକାରର ଚାକିରି ରହିଛି। କିଏ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ଥାଆନ୍ତି ତ ଆଉ କିଏ ନ ଥାଆନ୍ତି। ତେବେ ଯଦି ଆପଣଙ୍କୁ କୁହାଯିବ ଚାକିରିରେ କେବଳ ବିସ୍କୁଟ ଖାଇବାକୁ ହେବ, ଆଉ ତା’ର ଟେଷ୍ଟ ରେକର୍ଡ କରିବାକୁ ହେବ। ଏହା ବଦଳରେ ଆପଣଙ୍କୁ ୪୦ ଲକ୍ଷ ଦରମା ମିଳିବ। ତେବେ ପ୍ରଥମତଃ ଆପଣ ବିଶ୍ୱାସ କରିବେନି ଯେ ଏଭଳି ଚାକିରି ସତରେ ଅଛି ବୋଲି। କିନ୍ତୁ ବାସ୍ତବରେ ଏଭଳି ଏକ ଚାକିରି ଅଛି। ସ୍କଟଲାଣ୍ଡର ବର୍ଡର ବିସ୍କୁଟ ନାମକ କମ୍ପାନୀ ଏହି ଚାକିରି ପ୍ରଦାନ କରୁଛି; ଯେଉଁଥିରେ କର୍ମଚାରୀ ମଜାରେ ବିସ୍କୁଟ ଖାଇବେ ଓ ୪୦ ଲକ୍ଷ ଦରମା ବି ପାଇବେ। ଉକ୍ତ କମ୍ପାନୀ ମାଷ୍ଟର ବିସ୍କିଟର୍‌ଙ୍କ ସନ୍ଧାନ କରୁଛି, ଯେ କି ବେଷ୍ଟ ବିସ୍କୁଟର ଟେଷ୍ଟ ଜାଣିପାରିବେ। ଯେ ବି ଏହି ପଦବୀରେ ରହିବେ ତାଙ୍କୁ ବାର୍ଷିକ ୪୦ଲକ୍ଷ ଟଙ୍କା ଦରମା ସହିତ ରହିବା ଖାଇବା ମାଗଣାରେ ଦିଆଯିବ। ତା’ସହ ଓ୍ବିକେଣ୍ଡକୁ ଛାଡି ଆହୁରି ୩୫ଟି ଛୁଟି ବି ମିଳିବ। ତେବେ ଏହି ଚାକିରି ପାଇଁ ବ୍ୟକ୍ତିଙ୍କର ସ୍ବାଦ ଚାଖିବା ଶକ୍ତି ପ୍ରଖର ହେବା ଦରକାର। ବିସ୍କୁଟ ଖାଉ ଖାଉ ଜାଣିଦେବା ଜରୁରୀ ଯେ, ସେଥିରେ କ’ଣସବୁ ସାମଗ୍ରୀ ପଡିଛି। ତା’ସହ ତାଙ୍କୁ ଏହା ବି କହିବାକୁ ହେବ ଯେ, ବିସ୍କୁଟରେ କ’ଣ ମିଶାଗଲେ ତା’ର ସ୍ବାଦ ଆହୁରି ଅଧିକ ବଢିବ। ତା’ଛଡା ବିସ୍କୁଟର ବିକ୍ରି କିଭଳି ବଢିପାରିବ ସେ ସମ୍ପର୍କରେ ଯଦି ଭଲ ଆଇଡିଆ ଦେଇପାରିବେ ତେବେ ଚାକିରି ପକ୍କା। ଯେଉଁମାନେ ନିଜକୁ ଏହି ଚାକିରି ପାଇଁ ଉପଯୁକ୍ତ ଭାବୁଛନ୍ତି ସେମାନେ କମ୍ପାନୀର ଓ୍ବେବସାଇଟରେ ଆବେଦନ କରିପାରିବେ। ଚାହିଁଲେ କମ୍ପାନୀର ଲିଙ୍କଡ୍‌ଇନ୍‌ ପ୍ରୋଫାଇଲ୍‌ରେ ବି ଚାକିରି ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri