Posted inଫୁରସତ

ବିସ୍କୁଟ ଖାଇବେ, ୪୦ଲକ୍ଷ ଦରମା ପାଇବେ

ସାରା ଦୁନିଆରେ ଅନେକ ପ୍ରକାରର ଚାକିରି ରହିଛି। କିଏ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ଥାଆନ୍ତି ତ ଆଉ କିଏ ନ ଥାଆନ୍ତି। ତେବେ ଯଦି ଆପଣଙ୍କୁ କୁହାଯିବ ଚାକିରିରେ କେବଳ ବିସ୍କୁଟ ଖାଇବାକୁ ହେବ, ଆଉ ତା’ର ଟେଷ୍ଟ ରେକର୍ଡ କରିବାକୁ ହେବ। ଏହା ବଦଳରେ ଆପଣଙ୍କୁ ୪୦ ଲକ୍ଷ ଦରମା ମିଳିବ। ତେବେ ପ୍ରଥମତଃ ଆପଣ ବିଶ୍ୱାସ କରିବେନି ଯେ ଏଭଳି ଚାକିରି ସତରେ ଅଛି ବୋଲି। କିନ୍ତୁ ବାସ୍ତବରେ ଏଭଳି ଏକ ଚାକିରି ଅଛି। ସ୍କଟଲାଣ୍ଡର ବର୍ଡର ବିସ୍କୁଟ ନାମକ କମ୍ପାନୀ ଏହି ଚାକିରି ପ୍ରଦାନ କରୁଛି; ଯେଉଁଥିରେ କର୍ମଚାରୀ ମଜାରେ ବିସ୍କୁଟ ଖାଇବେ ଓ ୪୦ ଲକ୍ଷ ଦରମା ବି ପାଇବେ। ଉକ୍ତ କମ୍ପାନୀ ମାଷ୍ଟର ବିସ୍କିଟର୍‌ଙ୍କ ସନ୍ଧାନ କରୁଛି, ଯେ କି ବେଷ୍ଟ ବିସ୍କୁଟର ଟେଷ୍ଟ ଜାଣିପାରିବେ। ଯେ ବି ଏହି ପଦବୀରେ ରହିବେ ତାଙ୍କୁ ବାର୍ଷିକ ୪୦ଲକ୍ଷ ଟଙ୍କା ଦରମା ସହିତ ରହିବା ଖାଇବା ମାଗଣାରେ ଦିଆଯିବ। ତା’ସହ ଓ୍ବିକେଣ୍ଡକୁ ଛାଡି ଆହୁରି ୩୫ଟି ଛୁଟି ବି ମିଳିବ। ତେବେ ଏହି ଚାକିରି ପାଇଁ ବ୍ୟକ୍ତିଙ୍କର ସ୍ବାଦ ଚାଖିବା ଶକ୍ତି ପ୍ରଖର ହେବା ଦରକାର। ବିସ୍କୁଟ ଖାଉ ଖାଉ ଜାଣିଦେବା ଜରୁରୀ ଯେ, ସେଥିରେ କ’ଣସବୁ ସାମଗ୍ରୀ ପଡିଛି। ତା’ସହ ତାଙ୍କୁ ଏହା ବି କହିବାକୁ ହେବ ଯେ, ବିସ୍କୁଟରେ କ’ଣ ମିଶାଗଲେ ତା’ର ସ୍ବାଦ ଆହୁରି ଅଧିକ ବଢିବ। ତା’ଛଡା ବିସ୍କୁଟର ବିକ୍ରି କିଭଳି ବଢିପାରିବ ସେ ସମ୍ପର୍କରେ ଯଦି ଭଲ ଆଇଡିଆ ଦେଇପାରିବେ ତେବେ ଚାକିରି ପକ୍କା। ଯେଉଁମାନେ ନିଜକୁ ଏହି ଚାକିରି ପାଇଁ ଉପଯୁକ୍ତ ଭାବୁଛନ୍ତି ସେମାନେ କମ୍ପାନୀର ଓ୍ବେବସାଇଟରେ ଆବେଦନ କରିପାରିବେ। ଚାହିଁଲେ କମ୍ପାନୀର ଲିଙ୍କଡ୍‌ଇନ୍‌ ପ୍ରୋଫାଇଲ୍‌ରେ ବି ଚାକିରି ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri