Posted inଫୁରସତ

୨୭ ମିନିଟ୍‌ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ

ଲଣ୍ଡନ: ବିଶ୍ୱରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। କିଛି ଲୋକ ତାଙ୍କ ପସନ୍ଦର ଖାଦ୍ୟ ଖାଇବାକୁ ଅନେକ ଦୂରରେ ପହଞ୍ଚିଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଫୁଡ୍‌ ବ୍ଲଗିଂର ଭିଡିଓ ଭାଇରାଲ ହେବାରେ ଲାଗିଛି। ତା’ ମଧ୍ୟରେ ବହୁତ ଲୋକ ଫୁଡ୍‌ ଚ୍ୟାଲେଞ୍ଜରେ ମଧ୍ୟ ଭାଗ ନେଉଥିବା ଦେଖିବାକୁ ମିଳୁଛି। ଲଣ୍ଡନର ବାସିନ୍ଦା ମାକ୍ସ ଷ୍ଟାନଫୋର୍ଡ ଏପରି ଏକ ଫୁଡ୍‌ ଚ୍ୟାଲେଞ୍ଜ ନେଇଛନ୍ତି। ସେ ଏକ ଥାଳିରେ ଥିବା ୪୫୦୦ କ୍ୟାଲୋରିର ଖାଦ୍ୟକୁ ୨୭ ମିନିଟ୍‌ ୨୫ ସେକେଣ୍ଡରେ ଖାଇ ରେକର୍ଡ କରିଛନ୍ତି। ୩୫ ବର୍ଷୀୟ ମାକ୍ସ ଚ୍ୟାଲେଞ୍ଜ ପୂରା କରିବା ପରର ଅବସ୍ଥା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି। ମାକ୍ସ କହିଛନ୍ତି, ସେ ଏତେ ସାରା ଖାଦ୍ୟ ଖାଇ ରେକର୍ଡ ତ କରିଦେଲେ। ହେଲେ ତା’ ପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା। ସେ ଚ୍ୟାଲେଞ୍ଜ ପୂରା କରିବା ପରେ ଶୋଇବାକୁ ଚେଷ୍ଟା କଲେ। ହେଲେ ତାଙ୍କ ପେଟ ଏତେ ଜୋରରେ କାଟୁଥିଲା ଯେ ସେ ଶୋଇପାରି ନ ଥିଲେ। ଏହା ପୂର୍ବରୁ ସେ ଅନେକ ଫୁଡ୍‌ ଚ୍ୟାଲେଞ୍ଜ ପୂରା କରିଛନ୍ତି। ମଣିଷ ଦିନକୁ ୨ ହଜାରରୁ ୨୫୦୦ କ୍ୟାଲୋରି ଖାଦ୍ୟ ଖାଇବା ଉଚିତ, ହେଲେ ସେ ଏଥର ତା’ର ୨ ଗୁଣା କ୍ୟାଲୋରି ଖାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଏପରି ଅବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri